ସ୍ତ୍ରୀ ଓ ପିଲାଙ୍କୁ ସାଙ୍ଗରେ ନେଇ ଯାଉଥିଲେ; ହଠାତ୍‌ କାଠଯୋଡ଼ି ନଦୀକୁ କାହିଁକି ଡେଇଁ ପଡ଼ିଲେ ସ୍ୱାମୀ?

କଟକ (ଓଡ଼ିଶା ରିପୋର୍ଟର): ଦାମ୍ପତ୍ୟ କଳହରୁ ଚରମ ନିଷ୍ପତ୍ତି! ସ୍ତ୍ରୀ ଆଖି ସାମ୍ନାରେ ନଦୀକୁ ଡେଇଁ ପଡ଼ିଲେ ସ୍ୱାମୀ। କଟକ-ଭୁବନେଶ୍ୱର ଜାତୀୟ ରାଜପଥର କାଠଯୋଡ଼ି ନଦୀ ପୋଲ ଉପରେ ଆଜି ଦିନ ଦି’ପହରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହାପରଠୁ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନି। ଆଜି ଦିନ ପ୍ରାୟ ଗୋଟାଏ ହେବ। ନିଆଳି ଅଞ୍ଚଳର ଦେବବ୍ରତ ମହାପାତ୍ର ବାଇକ୍‌ରେ […]

Man-Jumps-Into-Kathajodi-River-In-Front-Of-Wife,-Son

Manoranjan Sial
  • Published: Wednesday, 09 October 2019
  • , Updated: 09 October 2019, 07:42 PM IST

କଟକ (ଓଡ଼ିଶା ରିପୋର୍ଟର): ଦାମ୍ପତ୍ୟ କଳହରୁ ଚରମ ନିଷ୍ପତ୍ତି! ସ୍ତ୍ରୀ ଆଖି ସାମ୍ନାରେ ନଦୀକୁ ଡେଇଁ ପଡ଼ିଲେ ସ୍ୱାମୀ। କଟକ-ଭୁବନେଶ୍ୱର ଜାତୀୟ ରାଜପଥର କାଠଯୋଡ଼ି ନଦୀ ପୋଲ ଉପରେ ଆଜି ଦିନ ଦି’ପହରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହାପରଠୁ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନି।

ଆଜି ଦିନ ପ୍ରାୟ ଗୋଟାଏ ହେବ। ନିଆଳି ଅଞ୍ଚଳର ଦେବବ୍ରତ ମହାପାତ୍ର ବାଇକ୍‌ରେ କଟକରୁ ନଖରା ଅଭିମୁଖେ ଆସୁଥିଲେ। ସାଥୀରେ ଥିଲେ ତାଙ୍କର ପତ୍ନୀ ଓ ପୁଅ। ତେବେ ହଠାତ୍‌ ଦେବବ୍ରତ ନିଜ ବାଇକକୁ କାଠଯୋଡ଼ି ପୋଲ ଉପରେ ଠିଆ କରାଇ ଥିଲେ। ପରେ ପତ୍ନୀ ଓ ପୁଅଙ୍କ ସମ୍ମୁଖରେ ଭରା ନଈକୁ ଡେଇଁ ପଡ଼ିଥିଲେ। ଚାହୁଁ ଚାହୁଁ କାଠଯୋଡିର ପ୍ରଖର ସୁଅରେ ସେ ଭାସି ଯାଇଥିଲେ। ଏପଟେ ନିଜ ଆଖି ସାମ୍ନାରେ ଏହି ଘଟଣା ଦେଖି ହତବାକ୍ ହୋଇ ପଡ଼ିଥିଲେ ପତ୍ନୀ। ଏମିତିକି ସେ ମଧ୍ୟ ୪ ବର୍ଷର ପୁଅକୁ ଧରି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ। ତେବେ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କୁ ଧରି ପକାଇଥିଲେ।

ସୂଚନା ଅନୁସାରେ ନଈକୁ ଡେଇଁଥିବା ଦେବବ୍ରତଙ୍କ ଘର ନିଆଳି ଥାନା କରଞ୍ଜ ଗାଁରେ। ୫ ବର୍ଷ ତଳେ ସେ ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସେ ଯାଜପୁରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା କହିଥିଲେ। ମାତ୍ର ଦେବବ୍ରତ କିଛି କାମ କରୁନଥିବା ତାଙ୍କ ଶ୍ୱଶୁର ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିବା ଅଭିଯୋଗ ହୋଇଛି।

ଅଘଟଣ ପରେ ତୁରନ୍ତ ଦେବବ୍ରତଙ୍କୁ ଉଦ୍ଧାର ଲାଗି ଅଗ୍ନିଶମ ବାହିନୀର ୩ଟି ପାଓ୍ୱାର ବୋଟ୍ ଓ ଓଡ୍ରାଫ୍‌ ଟିମ୍‌ର ଗୋଟିଏ ପାଓ୍ୱାର ବୋଟ୍ ସହ ୨ ଜଣ ସ୍କୁବା ଡାଇଭରଙ୍କ ସହାୟତା ନିଆଯାଇଛି। ହେଲେ ଅଦ୍ୟାବଧି ତାଙ୍କର ପତ୍ତା ମିଳିନି। ସେପଟେ ତାଙ୍କ ପତ୍ନୀଙ୍କୁ କଟକ ସଦର ଥାନା ପୁଲିସ ପଚରାଉଚରା କରୁଛି।

Related story