ସ୍ୱାମୀ ଆଗରୁ ସ୍ତ୍ରୀକୁ ଉଠାଇ ନେଲା ପ୍ରେମିକ; ଆଉ ତା’ପରେ...

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଭଲ ପାଉଥିଲେ କିନ୍ତୁ ପ୍ରେମିକକୁ ବାହା ହୋଇପାରିନଥିଲେ। ପରିବାର ଲୋକଙ୍କ ସହମତିରେ ନିଜ ପ୍ରେମକୁ କବର ଦେଇ ଗଢ଼ିଥିଲେ ନୂଆ ସଂସାର। ହେଲେ ବାହାଘର ପରେ ସ୍ୱାମୀ ପରିବର୍ତ୍ତେ ପ୍ରେମିକଙ୍କ କଥା ମନେ ପଡ଼ିଲା। ଆଉ ପ୍ରେମିକ ମଧ୍ୟ ମନେ ମନେ ପ୍ରେମିକାଙ୍କୁ ଖୋଜି ବୁଲୁଥିଲେ। ଆଉ ଶେଷରେ ନିଜ ପ୍ରେମିକାକୁ ତା’ ସ୍ୱାମୀ ପାଖରୁ ଉଠାଇ ନେଇଗଲେ। ଏପରି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ସ୍ତ୍ରୀକୁ ତା’ ପ୍ରେମିକ […]

baripada

Manoranjan Sial
  • Published: Tuesday, 13 April 2021
  • , Updated: 15 April 2021, 09:03 AM IST

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଭଲ ପାଉଥିଲେ କିନ୍ତୁ ପ୍ରେମିକକୁ ବାହା ହୋଇପାରିନଥିଲେ। ପରିବାର ଲୋକଙ୍କ ସହମତିରେ ନିଜ ପ୍ରେମକୁ କବର ଦେଇ ଗଢ଼ିଥିଲେ ନୂଆ ସଂସାର। ହେଲେ ବାହାଘର ପରେ ସ୍ୱାମୀ ପରିବର୍ତ୍ତେ ପ୍ରେମିକଙ୍କ କଥା ମନେ ପଡ଼ିଲା। ଆଉ ପ୍ରେମିକ ମଧ୍ୟ ମନେ ମନେ ପ୍ରେମିକାଙ୍କୁ ଖୋଜି ବୁଲୁଥିଲେ। ଆଉ ଶେଷରେ ନିଜ ପ୍ରେମିକାକୁ ତା’ ସ୍ୱାମୀ ପାଖରୁ ଉଠାଇ ନେଇଗଲେ। ଏପରି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ସ୍ତ୍ରୀକୁ ତା’ ପ୍ରେମିକ ଉଠାଇ ନେବା ପରେ ପ୍ରତିହିଂସା ପରାୟଣା ହୋଇପଡ଼ିଲେ ସ୍ୱାମୀ। ଆଉ ତା’ପରେ...।

କରଞ୍ଜିଆ ଥାନା ଅନ୍ତର୍ଗତ ବୁଢ଼ିଗାଁର ଫୁଟେ ଦେହୁରି। ସେ ଭଲ ପାଉଥିଲେ ପାର୍ବତୀଙ୍କୁ। କିନ୍ତୁ ପରିବାର ଲୋକେ ରାଜି ହୋଇନଥିଲେ। ପରବର୍ତ୍ତୀ ସମୟରେ ପାର୍ବତୀଙ୍କୁ ରୁପା ହେମ୍ୱ୍ରମଙ୍କ ସହିତ ବାହା କରାଇଦିଆଯାଇଥିଲା। ବାହାଘର ପରେ ରୁପାଙ୍କ ଘରେ ରହିଲେ ପାର୍ବତୀ। ସେପଟେ ପ୍ରେମିକ ଫୁଟେ ମଧ୍ୟ ବାହା ହୋଇଥିଲେ। ସେ ଦୁଇଟି ପିଲାର ବାପା ଏବଂ ତାଙ୍କ ପତ୍ନୀ ରହିଛନ୍ତି।

ବାହା ହେବା ପରେ ରୁପା ଘରେ ରହୁଥିଲେ ପାର୍ବତୀ। କିନ୍ତୁ ତାଙ୍କ ମନ ଥିଲା ପ୍ରେମିକ ଫୁଟେଙ୍କ ପାଖରେ। ଫୁଟେ ବିବାହ କରିଥିଲେ ମଧ୍ୟ ପାର୍ବତୀଙ୍କୁ ବହୁ ଚାହୁଁଥିଲେ। ଆଉ ସୁଯୋଗ ଦେଖି ଗତ ଗୁରୁବାର ଦିନ ପାର୍ବତୀଙ୍କୁ ସାଙ୍ଗିଆ (ଆଦିବାସୀ ପରମ୍ପରାରେ ଉଠାଇ ନେଇଥିଲେ)  ନେଇ ଯାଇଥିଲେ ଫୁଟେ। ତା’ପରଠାରୁ ଫୁଟେଙ୍କ ଘରେ ରହୁଥିଲେ ପାର୍ବତୀ।

ସୋମବାର ରାତିରେ ଫୁଟେ ଓ ପାର୍ବତୀ ଗୋଟିଏ ଘରେ ଶୋଇଥିଲେ। ବିଳମ୍ୱିତ ରାତିରେ ରୁପା ଓ ତାଙ୍କ ସାଙ୍ଗ କଟୁରି ଧରି ଫୁଟେ ଶୋଇଥିବା ଘରେ ପଶିଥିଲେ। ଆଉ ତା‘ପରେ ସେମାନଙ୍କୁ ଅତି ନୃଶଂସ ଭାବେ ହାଣିଦେଇଥିଲା। ଫୁଟେଙ୍କର ମୃତ୍ୟୁ ହୋଇଥିଲା ବେଳେ ସୌଭାଗ୍ୟବତଃ ପାର୍ବତୀ ବଞ୍ଚି ଯାଇଥିଲେ। ଚେତା ହରାଇ ରକ୍ତାକ୍ତ ଅବସ୍ଥାରେ ଘର ଭିତରେ ପଡ଼ିଥିଲେ ପାର୍ବତୀ। ତାଙ୍କ ଶରୀରରେ ଗଭୀର କ୍ଷତି ହୋଇଥିଲା।

ଆଜି ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସେପଟେ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତ ରୁପା ହେମ୍ୱ୍ରମ ଓ ତାଙ୍କ ସାଙ୍ଗ ଘନଶ୍ୟାମ ହେମ୍ୱ୍ରମକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story