ପୁଲିସ୍‌ ନାଁରେ ନେମାଳ ମଠ ସମ୍ମୁଖରୁ ଭକ୍ତଙ୍କୁ ଅପହରଣ!

ସାଲେପୁର(ମନୋଜ ଆଚାର୍ଯ୍ୟ): ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ନେମାଳ ବଟରୁ ପୁଲିସ ନାଁ କହି ଜଣେ ଯୁବକଙ୍କୁ ୬ ଜଣ ଯୁବକ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ନେମାଳ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଆଜି ଏପରି ଅପହରଣ କାଣ୍ଡ ଘଟିଛି। ହେଲେ ବର୍ତ୍ତମାନ ସୁଦ୍ଧା ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ପୂରା ଘଟଣା ଏମିତି। ଆଜି ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳର ଶୁଭେନ୍ଦୁ ମହାନ୍ତି, ତାଙ୍କ ପତ୍ନୀ ଲୋପାମୁଦ୍ରା ଓ ତାଙ୍କର ଦୁଇ ଝିଅ ଆଜି […]

youngman-kidnap

Manoranjan Sial
  • Published: Sunday, 04 August 2019
  • , Updated: 04 August 2019, 04:08 PM IST

ସାଲେପୁର(ମନୋଜ ଆଚାର୍ଯ୍ୟ): ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ନେମାଳ ବଟରୁ ପୁଲିସ ନାଁ କହି ଜଣେ ଯୁବକଙ୍କୁ ୬ ଜଣ ଯୁବକ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ନେମାଳ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଆଜି ଏପରି ଅପହରଣ କାଣ୍ଡ ଘଟିଛି। ହେଲେ ବର୍ତ୍ତମାନ ସୁଦ୍ଧା ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ।

ପୂରା ଘଟଣା ଏମିତି। ଆଜି ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳର ଶୁଭେନ୍ଦୁ ମହାନ୍ତି, ତାଙ୍କ ପତ୍ନୀ ଲୋପାମୁଦ୍ରା ଓ ତାଙ୍କର ଦୁଇ ଝିଅ ଆଜି ନେମାଳ ମଠକୁ ବୁଲିବା ପାଇଁ ଯାଇଥିଲେ। ଶୁଭେନ୍ଦୁ ସପରିବାରେ ମଠ ବେଢ଼ାରେ ବୁଲୁଥିଲେ। ତେବେ କୌଣସି କାରଣରୁ ଶୁଭେନ୍ଦୁ ବେଢ଼ା ବାହାରକୁ ଆସିଥିଲେ। ଏହି ସମୟରେ ପୂର୍ବରୁ ଜଗି ରହିଥିବା ୫/୬ ଜଣ ଯୁବକ ତାଙ୍କୁ କାବୁ କରି ଗାଡ଼ିରେ ବସାଇ ନେଇଯାଇଥିଲେ।

ତେବେ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଦୁର୍ବୃତ୍ତମାନେ ନିଜକୁ ପୁଲିସର ପରିଚୟ ଦେଇଥିଲେ। ଯେଉଁଥିପାଇଁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଏହାର ସୁଯୋଗ ନେଇ ଅପହରଣକାରୀମାନେ ଶୁଭେନ୍ଦୁଙ୍କୁ ନେଇ ଯାଇଥିଲେ। ଏ ସମ୍ପର୍କରେ ଶୁଭେନ୍ଦୁଙ୍କ ପତ୍ନୀ ଲୋପାମୁଦ୍ରା ସାଲେପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଅପହରଣକାରୀଙ୍କ ପତ୍ତା ପୁଲିସ ପାଇନାହିଁ। ଅନ୍ୟପକ୍ଷରେ ଘଟଣାସ୍ଥଳରୁ ପୁଲିସକୁ ଏକ ହାତ ଲେଖା ନେମ୍‌ ପ୍ଲେଟ୍‌ ମିଳିଛି। ତେବେ କିଏ ଓ କାହିଁକି ଶୁଭେନ୍ଦୁଙ୍କୁ ଅପହରଣ କଲେ, ତାହା ଜଣାପଡ଼ି ନାହିଁ।

ଶୁଭେନ୍ଦୁ ପେସାରେ ଏକ କନ୍‌ସଲଷ୍ଟାଣ୍ଟ୍‌ ସଂସ୍ଥାର କର୍ମଚାରୀ। ତାଙ୍କର ସେମିତି କାହା ସହିତ କିଛି ଶତ୍ରୁତା ନଥିବା ବେଳେ କିଏ ଓ କାହିଁକି ତାଙ୍କୁ ଅପହରଣ କଲା ଜାଣିପାରୁନି ବୋଲି ତାଙ୍କ ପତ୍ନୀ ଲୋପାମୁଦ୍ରା କହିଛନ୍ତି।

Related story