ସ୍ତ୍ରୀ ସହିତ ଝଗଡ଼ା କଲା, ଝିଅର ତଣ୍ଟି କାଟି ଦେଲା

Ordigital Desk
  • Published: Thursday, 31 May 2018
  • , Updated: 31 May 2018, 10:02 AM IST
<p>ବାରିପଦା (ମାଣିକ ଲାଲ୍&zwnj;ପାଣି): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଗୋବଦ୍ଧନଶୋଳ ଗାଁରେ। ନିଜ ୧୦ ବର୍ଷର ଝିଅକୁ&nbsp; ଅତି ନିର୍ମମ ଭାବେ ହତ୍ୟା କରିଛି ବାପା। ଅଭିଯୁକ୍ତ ସୋନିଆ ଦେହୁରୀକୁ ପୋଲିସ ଗିରଫ କରିଛି।</p> <p>ସୂଚନାଅନୁସାରେ, ଗତକାଲି ରାତିରେ ସୋନିଆ ଓ ତା&rsquo; ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ&nbsp; ସେ ଝିଅକୁ&nbsp; ଘର ଭିତରକୁ ଟାଣି ନେଇ&nbsp; କବାଟ&nbsp; ବନ୍ଦ କରି ଦେଇଥିଲା। ତେବେ ଝିଅର ଚିତ୍କାର ଶୁଣି ପାଖ ପଡ଼ୋଶୀ ସେଠାକୁ ଆସିବା ସହ ପୋଲିସକୁ ଖବର ଦେଇଥିଲେ। ଆଜି ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି&nbsp; କବାଟ ଖୋଲି ଝିଅର ମୃତଦେହ ଉଦ୍ଧାର କରିଥିଲା।&nbsp; ଝିଅର ପାଦରେ ଲୁହା ଶିକୁଳି ଓ ହାତ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ ପୋଲିସ ଏକ ଦାଆ ମଧ୍ୟ ଜବତ କରିଛି।</p> <p>କେଉଁ କାରଣରୁ ସୋନିଆ ନିଜ ଝିଅକୁ ହତ୍ୟା କଲା ସେନେଇ ପୋଲିସ ତଦନ୍ତ କରୁଛି।</p> <p>ବାରିପଦା ଏସ୍&zwnj;ଡିପିଓ&nbsp; ଅଭିମନ୍ୟୁ ନାୟକ କହିଛନ୍ତି,&ldquo;ସୋନିଆ ଦେହୁରୀ ତା&rsquo; ଝିଅକୁ ହତ୍ୟା କରି କବାଟ ବନ୍ଦ କରି ଦେଇଥିଲା। ସେ ଧନୁ ତୀର ସାହାଯ୍ୟରେ ସ୍ଥାନୀୟ ଲୋକଙ୍କୁ ଓ ପୋଲିସକୁ ଆକ୍ରମଣ କରିବାକୁ ଛପି ରହିଥିଲା। ଆଜି ସକାଳେ ଆମେ ତାକୁ ଗିରଫ କରିଛୁ। ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତଦନ୍ତ ପରେ ଜଣାପଡ଼ିବ ସୋନିଆ କ&rsquo;ଣ ପାଇଁ ତା ଝିଅକୁ ହତ୍ୟା କରିଛି।&rdquo;</p>

Related story