ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ!

Ordigital Desk
  • Published: Sunday, 15 July 2018
  • , Updated: 15 July 2018, 11:23 AM IST
<p>ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଡୁଲିଙ୍ଗାରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀକୁ ପିଟି ପିଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ୍&zwnj; ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି।</p> <p>ସୂଚନା ଅନୁସାରେ, ଗତ ୪ ବର୍ଷ ତଳେ ସୁଶାନ୍ତ ଓ ଲିଜାଙ୍କର ବାହାଘର ହୋଇଥିଲା। ହେଲେ ସୁଶାନ୍ତ ସବୁବେଳେ ଯୌତୁକ ଦାବି କରି ଲିଜାଙ୍କୁ ମାରପିଟ କରୁଥିଲେ। ଗତକାଲି ରାତିରେ ମଧ୍ୟ ସେ ଲିଜାଙ୍କୁ ପିଟି ଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଏହାପରେ ସୁଶାନ୍ତ ତାଙ୍କୁ ଗେମଗିରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।</p> <p>ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି ଲିଜାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି।</p> <p>&amp;nbsp;</p>

Related story