ପିଉସୀକୁ ପିଟିପିଟି ମାରି ଦେଲା ପୁତୁରା

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ସାମାନ୍ୟ ବଚସାରୁ ଜଣେ ବ୍ୟକ୍ତି ତା’ର ପିଉସୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ଅମୁରତୁଲ ଗାଁରେ ଘଟିଛି ଏହି ଘଟଣା। ମୃତ ମହିଳା ଜଣଙ୍କ ହେଲେ ମନାସି ଦାସ। ପୁଲିସ୍‌ ଅଭିଯୁକ୍ତ ପୁତୁରାକୁ ଗିରଫ କରିଛି। ଗତକାଲି ସନ୍ତୋଷ ଘରୁ ସୁନା ଅଳଙ୍କାର ଚୋରି ହୋଇଥିଲା। ଏହି ଘଟଣାକୁ ନେଇ ମନାସିଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ ସନ୍ତୋଷ ଉତ୍ତ୍ୟକ୍ତ ହୋଇ ମନାସିଙ୍କୁ […]

oooo.jpgmmmm

Tapaswini Nayak
  • Published: Saturday, 14 September 2019
  • , Updated: 14 September 2019, 03:04 PM IST

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ସାମାନ୍ୟ ବଚସାରୁ ଜଣେ ବ୍ୟକ୍ତି ତା’ର ପିଉସୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ଅମୁରତୁଲ ଗାଁରେ ଘଟିଛି ଏହି ଘଟଣା। ମୃତ ମହିଳା ଜଣଙ୍କ ହେଲେ ମନାସି ଦାସ। ପୁଲିସ୍‌ ଅଭିଯୁକ୍ତ ପୁତୁରାକୁ ଗିରଫ କରିଛି।

ଗତକାଲି ସନ୍ତୋଷ ଘରୁ ସୁନା ଅଳଙ୍କାର ଚୋରି ହୋଇଥିଲା। ଏହି ଘଟଣାକୁ ନେଇ ମନାସିଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ ସନ୍ତୋଷ ଉତ୍ତ୍ୟକ୍ତ ହୋଇ ମନାସିଙ୍କୁ ପିଟିପିଟି ହତ୍ୟା କରିଥିଲା।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Related story