ଭାଇ କାଟି ଦେଲା ତଣ୍ଟି

ଛତ୍ରପୁର (ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମାଳିଝୋଳା ମନ୍ଦିର ନିକଟରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକ ତା’ ଦାଦା ପୁଅ ଭାଇର ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ନିଲୁ ପାତ୍ର। ତାଙ୍କୁ ମାତ୍ର ୧୫ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି। ପୁଲିସ୍‌ ଅଭିଯୁକ୍ତ ବିନୋଦ ପାତ୍ରକୁ ଅଟକ ରଖିଛି। ସୂଚନା ଅନୁଯାୟୀ, ଆଜି ସକାଳେ ନିଲୁଙ୍କ ମୃତଦେହ ମନ୍ଦିର ପାଖରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ […]

deadbody

Tapaswini Nayak
  • Published: Saturday, 26 October 2019
  • , Updated: 26 October 2019, 12:57 PM IST

ଛତ୍ରପୁର (ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମାଳିଝୋଳା ମନ୍ଦିର ନିକଟରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକ ତା’ ଦାଦା ପୁଅ ଭାଇର ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ନିଲୁ ପାତ୍ର। ତାଙ୍କୁ ମାତ୍ର ୧୫ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି। ପୁଲିସ୍‌ ଅଭିଯୁକ୍ତ ବିନୋଦ ପାତ୍ରକୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ନିଲୁଙ୍କ ମୃତଦେହ ମନ୍ଦିର ପାଖରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ବିନୋଦର ହାତ ଅଙ୍ଗୁଳି କଟିଯାଇଥିବାରୁ ନିଲୁଙ୍କୁ ସେ ହତ୍ୟା କରିଥିବା ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ଏହାପରେ ବିନୋଦଙ୍କୁ ତାଙ୍କ ବାପା ପୁଲିସ୍ ହେପାଜତରେ ଦେଇଥିଲେ।

ନିଲୁଙ୍କ ବାପାମା’ ନଥିବାରୁ ସେ ତାଙ୍କ ବଡ଼ବାପାଙ୍କ ଘରେ ରହୁଥିଲେ। ତେବେ ବିନୋଦ କାହିଁକି ନିଲୁଙ୍କୁ ହତ୍ୟା କଲା, ତାହା ଅସ୍ପଷ୍ଟ ରହିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story