ପତ୍ନୀ ସହ ୫ ବର୍ଷର ଛୁଆକୁ ହାଣି ଦେଲା ପିଶାଚ ବାପା

ଜୟପୁର(ଟି ଗୌରି ଶଙ୍କର): ନିଜ ପତ୍ନୀ ସମେତ ୫ ବର୍ଷର ପୁଅକୁ ହାଣିଲା ସ୍ୱାମୀ। କୋରାପୁଟ ଜିଲ୍ଲା ବିସିଂପୁର ଥାନା ହରଡାଗୁଡ଼ା ଗାଁରେ ବିଳମ୍ବିତ ରାତିରେ ଘଟିଛି ଏପରି ନାରକୀୟ ହତ୍ୟାକାଣ୍ଡ। ମୃତଦ୍ୱୟ ହେଉଛନ୍ତି ଡମୁଣି ମୁଦୁଲି ଓ ପୁଅ ପବୁଲୁ ମୁଦୁଲି। ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିଙ୍କୁ ପୁଲିସ୍‌ କାବୁ କରି ଥାନାକୁ ନେଇଛି। ଗତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ଗ୍ରାମବାସୀ ଏହା ଜାଣିପାରସି ଅଭିଯୁକ୍ତ ଧବୁଲୁକୁ କାବୁ କରି […]

attack

Niharika Rout
  • Published: Friday, 14 May 2021
  • , Updated: 14 May 2021, 01:53 PM IST

ଜୟପୁର(ଟି ଗୌରି ଶଙ୍କର): ନିଜ ପତ୍ନୀ ସମେତ ୫ ବର୍ଷର ପୁଅକୁ ହାଣିଲା ସ୍ୱାମୀ। କୋରାପୁଟ ଜିଲ୍ଲା ବିସିଂପୁର ଥାନା ହରଡାଗୁଡ଼ା ଗାଁରେ ବିଳମ୍ବିତ ରାତିରେ ଘଟିଛି ଏପରି ନାରକୀୟ ହତ୍ୟାକାଣ୍ଡ। ମୃତଦ୍ୱୟ ହେଉଛନ୍ତି ଡମୁଣି ମୁଦୁଲି ଓ ପୁଅ ପବୁଲୁ ମୁଦୁଲି। ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିଙ୍କୁ ପୁଲିସ୍‌ କାବୁ କରି ଥାନାକୁ ନେଇଛି।

ଗତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ଗ୍ରାମବାସୀ ଏହା ଜାଣିପାରସି ଅଭିଯୁକ୍ତ ଧବୁଲୁକୁ କାବୁ କରି ଖୁଣ୍ଟରେ ବାନ୍ଧିଥିଲେ  ।ଘଟଣାସ୍ଥଳରେ ବିସିଂପୁର ପୁଲିସ୍‌ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇ ପଚରାଉଚରା କରୁଥିଲେ ମଧ୍ୟ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ମା’ ପୁଅଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ବେଳେ କୋରାପୁଟରୁ ସାଇଣ୍ଟିଫିକ ଟିମ ଆସିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି। ଏହାରି ଭିତରେ ପୁଲିସ୍‌ର ଏକ ଟିମ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story