ପାରିବାରିକ କଳହର କରୁଣ ପରିଣତି: ଶାବଳ ମାଡ଼ରେ ସ୍ତ୍ରୀ ମୃତ

Ordigital Desk
  • Published: Tuesday, 05 June 2018
  • , Updated: 05 June 2018, 01:46 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିବାହ ଏକ ପବିତ୍ର ବନ୍ଧନ। ପ୍ରତ୍ୟେକ ନାରୀର ବିଶ୍ୱାସ ଥାଏ ବିବାହ ପରେ ତା&rsquo; ସ୍ୱାମୀ ତା&rsquo;ର ସାହାରା ସାଜିବ। ସୁଖ ଓ ଦୁଃଖରେ ତା&rsquo; ସହିତ ରହିବ। ତାକୁ ବୁଝୁଥିବ। ଯେତେ ମତଭେଦ ହେଉ ନା କାହିଁକି ସ୍ୱାମୀ କେବେ ନିଜ ପାଖରୁ ତାକୁ ଦୂରେଇ ଦେବନି। ହେଲେ ଆଜି କିନ୍ତୁ ସମୟ ବଦଳିଯାଇଛି। ଏବେ ଟିକେ ଟିକେ କଥାରେ ଭାଙ୍ଗିଯାଉଛି ବିଶ୍ୱାସ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ କଳହ ଭୟଙ୍କର ରୂପ ନେଉଛି। ଏହାର ଏକ ଉଦାହରଣ ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ କଇରା ଗାଁରେ ଦେଖିବାକୁ ମିଳିଛି।</p> <p>ପାରିବାରିକ ବିବାଦରୁ ସ୍ୱାମୀର ଶାବଳ ମାଡ଼ରେ ସ୍ତ୍ରୀ ପ୍ରାଣ ହରାଇଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା ମହିଳା ଜଣକ ହେଲେ ପାର୍ବତୀ ଦେହୁରୀ । ସୂଚନା ଅନୁସାରେ, ରବିବାର ରାତିରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କଳହ ହୋଇଥିଲା। ପରେ ସ୍ୱାମୀ କୋଲହ ଦେହୁରୀ ପାର୍ବତୀଙ୍କୁ ଶାବଳରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ପାର୍ବତୀଙ୍କର ମୃତ୍ୟୁ ହୋଇଥିଲା। ପୋଲିସ୍ ମୃତ ଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।</p>

Related story