ଘରକୁ ଫେରୁଥିଲେ, ବସ୍ ପିଟି ଦେଲା

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ବୀରକିଶୋରପୁର ଗୋଲେଇ ଛକ ନିକଟରେ ଏକ ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବୀରକିଶୋରପୁରର ହରିହର ବେହେରା (୭୫)। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ବେଳେ ହରିହର ପୋଖରୀରେ ଗାଧୋଇ ଘରକୁ ଚାଲି ଚାଲି ଫେରୁଥିବା ବେଳେ ଗୋଲେଇ ଛକ ନିକଟରେ ନରସିଂହପୁରରୁ କଟକ ଯାଉଥିବା ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ […]

accident

Rakesh Mallick
  • Published: Monday, 14 May 2018
  • , Updated: 14 May 2018, 08:25 PM IST

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ବୀରକିଶୋରପୁର ଗୋଲେଇ ଛକ ନିକଟରେ ଏକ ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବୀରକିଶୋରପୁରର ହରିହର ବେହେରା (୭୫)।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ବେଳେ ହରିହର ପୋଖରୀରେ ଗାଧୋଇ ଘରକୁ ଚାଲି ଚାଲି ଫେରୁଥିବା ବେଳେ ଗୋଲେଇ ଛକ ନିକଟରେ ନରସିଂହପୁରରୁ କଟକ ଯାଉଥିବା ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ୍ ଶବଟିକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଡାକ୍ତରଖାନାକୁ ପଠାଇଥିଲା। ଏନେଇ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Related story