ମଦ ପିଇ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ନୀଳଗିରି (ବିଶ୍ୱମ୍ବର ଦାସ): ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ନିଜ ପତ୍ନୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବରମପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ। ମୃତ ମହିଳା ଜଣଙ୍କ ହେଲେ ସମ୍ବାରୀ ସିଂ। ଅଭିଯୁକ୍ତ ସ୍ୱାମୀ ରବୀନ୍ଦ୍ର ସିଂକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ମୁତାବକ, ଗତକାଲି  ରାତିରେ ରବୀନ୍ଦ୍ର ମଦ ପିଇ ଘରକୁ ଫେରିଥିଲା। ଏହାପରେ ସ୍ତ୍ରୀର ଚରିତ୍ର ଉପରେ […]

deadbody

Tapaswini Nayak
  • Published: Monday, 10 February 2020
  • , Updated: 10 February 2020, 02:43 PM IST

ନୀଳଗିରି (ବିଶ୍ୱମ୍ବର ଦାସ): ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ନିଜ ପତ୍ନୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବରମପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ। ମୃତ ମହିଳା ଜଣଙ୍କ ହେଲେ ସମ୍ବାରୀ ସିଂ। ଅଭିଯୁକ୍ତ ସ୍ୱାମୀ ରବୀନ୍ଦ୍ର ସିଂକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ମୁତାବକ, ଗତକାଲି  ରାତିରେ ରବୀନ୍ଦ୍ର ମଦ ପିଇ ଘରକୁ ଫେରିଥିଲା। ଏହାପରେ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ବାଡ଼େଇଥିଲା। ସ୍ୱାମୀର ମାଡ଼ରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ  ଘଟଣାର ତଦନ୍ତ କରୁଛି।

Related story