ସନ୍ଦେହ କରି ଦ୍ୱିତୀୟ ସ୍ତ୍ରୀକୁ ମାରିଦେଲା ସ୍ୱାମୀ!

ଅନୁଗୋଳ (ବିରଜା ଦାଶ): ପ୍ରଥମ ସ୍ତ୍ରୀ ଥାଉ ଥାଉ ସେ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ଦ୍ଵିତୀୟ ପତ୍ନୀଙ୍କୁ ସନ୍ଦେହ କରି ସେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଖବର ଅନୁଗୋଳ ଜିଲ୍ଲାରୁ ଆସିଛି। ପୁଲିସ ମୃତ ମହିଳାଙ୍କ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତର ଗଦାଧରପୁର ଗାଁର ଶେଷ କୁଦେଇ ଆଜି ତାଙ୍କର ଦ୍ୱିତୀୟ ସ୍ତ୍ରୀ ରାସେଶ୍ୱରୀ କୁଦେଇଙ୍କୁ ଘର ବାଡ଼ିପଟରେ ଏକ ଧାରୁଆ […]

angul-murder

Manoranjan Sial
  • Published: Monday, 19 August 2019
  • , Updated: 19 August 2019, 07:07 PM IST

ଅନୁଗୋଳ (ବିରଜା ଦାଶ): ପ୍ରଥମ ସ୍ତ୍ରୀ ଥାଉ ଥାଉ ସେ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ଦ୍ଵିତୀୟ ପତ୍ନୀଙ୍କୁ ସନ୍ଦେହ କରି ସେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଖବର ଅନୁଗୋଳ ଜିଲ୍ଲାରୁ ଆସିଛି। ପୁଲିସ ମୃତ ମହିଳାଙ୍କ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତର ଗଦାଧରପୁର ଗାଁର ଶେଷ କୁଦେଇ ଆଜି ତାଙ୍କର ଦ୍ୱିତୀୟ ସ୍ତ୍ରୀ ରାସେଶ୍ୱରୀ କୁଦେଇଙ୍କୁ ଘର ବାଡ଼ିପଟରେ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସାହି-ପଡ଼ିଶା ରକ୍ତର ଛିଟା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିଛି। ରାସେଶ୍ୱରୀଙ୍କ ଶରୀରର ବିଭିନ୍ନ ଅଙ୍ଗରେ ଗଭୀର କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସମୟରେ ରାମେଶ୍ୱରୀଙ୍କ ସ୍ୱାମୀ ଶେଷ ଓ ସଉତୁଣୀ(ଶେଷଙ୍କ ପ୍ରଥମ ସ୍ତ୍ରୀ) ଘରେ ନାହାନ୍ତି। ସେମାନେ ଏବେ ଫେରାର ଅଛନ୍ତି।

ଗାଁ ଲୋକଙ୍କ କହିବା ଅନୁସାରେ ଶେଷ କୁଦେଇ ବିଭିନ୍ନ କାରଣରୁ ରାସେଶ୍ୱରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖିଥିଲେ। ଯାହାକୁ ନେଇ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଏହାର ପରିଣାମ ସ୍ୱରୂପ ଆଜି ଏଭଳି କାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

Related story