ଯିଏ ହାତ ଧରିଥିଲେ, ସେ ହିଁ ତଣ୍ଟି କାଟିଦେଲେ

ଯାଜପୁର(ଗୁଲାମ ଗସ): ସାତ ଜନ୍ମ ଯାଏ ସାଥୀ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ସେ ରୀତାରାଣୀଙ୍କୁ ବାହା ହୋଇଥିଲେ। ଆଉ ଯାହା ହାତ ଧରି ଶାଶୁ ଘରକୁ ଆସିଲେ, ସିଏ ସାଜିଲା ବଇରୀ। ପାରିବାରିକ କଳହକୁ କେନ୍ଦ୍ର ଅତି ବୀଭତ୍ସ ଭାବେ ତାଙ୍କୁ ଗଳାକାଟି ହତ୍ୟା କଲା ନିଜ ସ୍ୱାମୀ। ଏପରି ଘଟଣା ଗତ ୨୧ ତାରିଖରେ ଯାଜପୁର ଜିଲ୍ଲାରେ ଘଟିଥିବା ବେଳେ ଆଜି ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। […]

MAN-KILLS-WIFE-FOR-NOT-BEHAVING-PROPERLY-WITH-HIS-FAMILY-MEMBERS

Manoranjan Sial
  • Published: Tuesday, 30 July 2019
  • , Updated: 30 July 2019, 10:41 PM IST

ଯାଜପୁର(ଗୁଲାମ ଗସ): ସାତ ଜନ୍ମ ଯାଏ ସାଥୀ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ସେ ରୀତାରାଣୀଙ୍କୁ ବାହା ହୋଇଥିଲେ। ଆଉ ଯାହା ହାତ ଧରି ଶାଶୁ ଘରକୁ ଆସିଲେ, ସିଏ ସାଜିଲା ବଇରୀ। ପାରିବାରିକ କଳହକୁ କେନ୍ଦ୍ର ଅତି ବୀଭତ୍ସ ଭାବେ ତାଙ୍କୁ ଗଳାକାଟି ହତ୍ୟା କଲା ନିଜ ସ୍ୱାମୀ। ଏପରି ଘଟଣା ଗତ ୨୧ ତାରିଖରେ ଯାଜପୁର ଜିଲ୍ଲାରେ ଘଟିଥିବା ବେଳେ ଆଜି ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବିଂଝାରପୁର ଥାନା ଗୁଣ୍ଡୁରିପଡ଼ା ଗାଁର ଦିଗମ୍ବର ଦଳାଇ ଗୁଜରାଟରେ କାମ କରନ୍ତି। ସେଥିରୁ ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର। ଆଉ ସ୍ତ୍ରୀ ରୀତାରାଣୀ ଦିଗାମ୍ବରଙ୍କ ପରିବାର ଲୋକଙ୍କ ସହ ଗାଁ ଘରେ ରୁହନ୍ତି। ଅନେକ ସମୟରେ ଶାଶୁ ଘର ଲୋକଙ୍କ ସହିତ ରୀତାରାଣୀ କଳି କଜିଆ ଓ ପାଟିତୁଣ୍ଡ କରୁଥିବା ଅଭିଯୋଗ ହୋଇଛି। ଗୁଜରାଟରେ ରହୁଥିବା ଦିଗମ୍ବର ଏହି ଖବର ପାଇ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ଏପରିକି ନିଜର ମାନସିକ ଭାରସାମ୍ୟ ମଧ୍ୟ ହରାଇ ବସିଥିଲେ।

ଗତ ୨୧ ତାରିଖ ରାତିରେ ଉତ୍ତ୍ୟକ୍ତ ହୋଇ ଦିଗମ୍ବର ନିଜ ଗାଁକୁ ଆସିଥିଲେ। ସେ ରାତିରେ ଘରେ ପଶି ପ୍ରଥମେ ସ୍ତ୍ରୀଙ୍କ ମୁହଁରେ ତକିଆ ପକାଇ ମାଡ଼ି ବସିଥିଲେ। ପରେ ତାଙ୍କୁ ଘର ବାହାରକୁ ନେଇ ତଣ୍ଟି କାଟି ହତ୍ୟା କରି ଫେରାର ହୋଇଯାଇଥିଲେ। ତା’ପର ଦିନ ପୁଲିସ ଘର ବାହାରୁ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ମୋବାଇଲ୍‌ ନମ୍ବର ଟ୍ରାକିଂ କରି ଅଭିଯୁକ୍ତ ଦିଗମ୍ବରଙ୍କ ପାଖରେ ପହଞ୍ଚିଥିଲା। ତା’ନିକଟରୁ ଗୋଟିଏ ଛୁରି, ହତ୍ୟା ପାଇଁ ବ୍ୟବହୃତ ତକିଆ ଓ ଦୁଇଟି ମୋବାଇଲ ଜବତ କରିଛି।

ଆଜି ଯାଜପୁର ଏସ୍‌ଡିପିଓ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ରବୀନ୍ଦ୍ର କୁମାର ଜେନା ଏନେଇ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ହତ୍ୟା ଅଭିଯୋଗରେ ଆଜି କୋର୍ଟ ଚାଲାଣ କରାଯାଇଛି।

Related story