ଖଣ୍ଡା ଚୋଟରେ କଟିଥିବା ପାପୁଲିକୁ ଧରି ମେଡ଼ିକାଲ୍‌ରେ ପହଞ୍ଚିଲେ ଯୁବକ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଏ ମଣିଷ କଣ ଏତେ ପ୍ରତିହିଂସା ପରାୟଣ ହୋଇପାରେ ମଣିଷ? ଘର ପାଖରେ ଘର କରିଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ହୋଇଛି ଗଣ୍ଡଗୋଳ। ଆଉ ଖଣ୍ଡା ଚୋଟରେ ଦୁଇ ଖଣ୍ଡ ହୋଇଛି ହାତ ପାପୁଲି। ଶେଷରେ ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡ଼ିକାଲରେ ପହଞ୍ଚିଲେ ଆହତ। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗାଁରେ ଘଟିଛି। ଗଁନ୍ଦିଆ ଥାନା ଅନ୍ତର୍ଗତ ରାଜକିଶୋରପୁର ଗାଁ ଗଣେଶ୍ଵର ପଣ୍ଡା […]

DKL

Manoranjan Sial
  • Published: Friday, 26 November 2021
  • , Updated: 26 November 2021, 07:02 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଏ ମଣିଷ କଣ ଏତେ ପ୍ରତିହିଂସା ପରାୟଣ ହୋଇପାରେ ମଣିଷ? ଘର ପାଖରେ ଘର କରିଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ହୋଇଛି ଗଣ୍ଡଗୋଳ। ଆଉ ଖଣ୍ଡା ଚୋଟରେ ଦୁଇ ଖଣ୍ଡ ହୋଇଛି ହାତ ପାପୁଲି। ଶେଷରେ ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡ଼ିକାଲରେ ପହଞ୍ଚିଲେ ଆହତ। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗାଁରେ ଘଟିଛି।

ଗଁନ୍ଦିଆ ଥାନା ଅନ୍ତର୍ଗତ ରାଜକିଶୋରପୁର ଗାଁ ଗଣେଶ୍ଵର ପଣ୍ଡା ଓ ନୀଳମଣି ବେହେରାଙ୍କ ଭିତରେ ପୂର୍ବ ଶତ୍ରୁତା ଲାଗି ରହିଥିଲା। ଗୁରୁବାର ରାତିରେ ଏହା ଉଗ୍ରରୂପ ଧାରଣ କରିଥିଲା। ଗଣେଶ୍ୱରଙ୍କୁ ଖଣ୍ଡାରେ ନୀଳମଣି ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଖଣ୍ଡା ଚୋଟରେ ଗଣେଶ୍ଵରଙ୍କ ହାତରୁ ପାପୁଲି ଛିଣ୍ଡି ଯାଇଥିଲା। ଛିଣ୍ଡା ପାପୁଲିକୁ ପଲିଥିନ୍‌ରେ ଧରି ଗଣେଶ୍ଵର ଗଁନ୍ଦିଆ ମେଡ଼ିକାଲ୍‌ରେ ପହଞ୍ଚିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

ଢେଙ୍କାନାଳ ମେଡ଼ିକାଲ୍‌ର ଡାକ୍ତରମାନେ କଟା ପାପୁଲିକୁ ଆଇସ୍‌ ବକ୍ସରେ ରଖିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗଣେଶ୍ୱର ଓ ଆଇସ୍‌ ବକ୍ସରେ ଥିବା ହାତ ପାପୁଲିକୁ କଟକ ବଡ଼ ମେଡ଼ିକାଲ୍‌କୁ ପଠାଇ ଦେଇଥିଲେ। ବଡ଼ ମେଡ଼ିକାଲ୍‌ରେ ଅପରେସନ୍‌ କରାଯାଇ ତାଙ୍କ ହାତରେ କଟିଥିବା ପାପୁଲିକୁ ଯୋଡ଼ା ଯାଇଛି।

ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଆକ୍ରମଣ କରି ନୀଳମଣି ଫେରାର ରହିଛି। ପୁଲିସ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Related story