ପରିତ୍ୟକ୍ତ କୂଅରୁ ମିଳିଲା ଯୁବକଙ୍କ ମୃତଦେହ

ଭଞ୍ଜନଗର (ପ୍ରଦୀପ ସ୍ୱାଇଁ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଗୋଚ୍ଛାମିଲ ପାଖରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ସ୍ଥାନୀୟ ବାଲାପଙ୍କା ଗାଁର ବେଣୁଧର ମଲ୍ଲିକ। ବେଣୁଧରଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ନେଇ ତାଙ୍କ ପରିବାର ଲୋକେ ସୋରଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଗତକାଲି କୌଣସି କଥାକୁ ନେଇ ବେଣୁଧରଙ୍କ ସହ […]

660

Tapaswini Nayak
  • Published: Wednesday, 02 January 2019
  • , Updated: 02 January 2019, 12:42 PM IST

ଭଞ୍ଜନଗର (ପ୍ରଦୀପ ସ୍ୱାଇଁ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଗୋଚ୍ଛାମିଲ ପାଖରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ସ୍ଥାନୀୟ ବାଲାପଙ୍କା ଗାଁର ବେଣୁଧର ମଲ୍ଲିକ।

ବେଣୁଧରଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ନେଇ ତାଙ୍କ ପରିବାର ଲୋକେ ସୋରଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ଗତକାଲି କୌଣସି କଥାକୁ ନେଇ ବେଣୁଧରଙ୍କ ସହ କିଛି ଯୁବକଙ୍କର ବଚସା ହୋଇଥିଲା। ପରେ ସେହି ଯୁବକମାନେ ତାଙ୍କୁ ପଥରରେ ଛେଚି ହତ୍ୟା କରି କୂଅରେ ପକାଇ ଦେଇଥିବା ଅଭିଯୋଗ ହୋଇଛି।

Related story