ରୋଗୀଣା ପତ୍ନୀଙ୍କୁ ୯୦ କିମି ଟ୍ରଲିରେ ବୋହିଲେ ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୬ ମସିହାରେ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ସରକାରୀ ବ୍ୟବସ୍ଥାର ମୁଖା ଖୋଲିଦେଇଥିଲେ କଳାହାଣ୍ଡିର ଦାନ ମାଝୀ। ଯାହାକୁ ନେଇ ବିଶ୍ୱରେ ଚର୍ଚ୍ଚା ହୋଇଥିଲା। ଏହା ପରେ ଅବ୍ୟବସ୍ଥାକୁ ସୁଧାରିବା ପାଇଁ ଯୋଜନା ତିଆରି କରିଥିଲେ ରାଜ୍ୟ ସରକାର। କିନ୍ତୁ ଦୁର୍ଭାଗ୍ୟ, ଆଜି ମଧ୍ୟ ଅସୁସ୍ଥ ପତ୍ନୀଙ୍କୁ ଟ୍ରଲିରେ ଶୁଆଇ ମାଇଲ୍ ମାଇଲ୍ ବାଟ ଚାଲୁଛି ଗରିବ ମଣିଷଟିଏ। ଏଭଳି ସମ୍ବେଦନଶୀଳ ଖବର କେଉଁ ଦୁର୍ଗମା ବା ଉପାନ୍ତ ଅଞ୍ଚଳରେ ଘଟି ନାହିଁ, ରାଜ୍ୟ […]

kabir

Manoranjan Sial
  • Published: Saturday, 10 October 2020
  • , Updated: 10 October 2020, 09:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୬ ମସିହାରେ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ସରକାରୀ ବ୍ୟବସ୍ଥାର ମୁଖା ଖୋଲିଦେଇଥିଲେ କଳାହାଣ୍ଡିର ଦାନ ମାଝୀ। ଯାହାକୁ ନେଇ ବିଶ୍ୱରେ ଚର୍ଚ୍ଚା ହୋଇଥିଲା। ଏହା ପରେ ଅବ୍ୟବସ୍ଥାକୁ ସୁଧାରିବା ପାଇଁ ଯୋଜନା ତିଆରି କରିଥିଲେ ରାଜ୍ୟ ସରକାର। କିନ୍ତୁ ଦୁର୍ଭାଗ୍ୟ, ଆଜି ମଧ୍ୟ ଅସୁସ୍ଥ ପତ୍ନୀଙ୍କୁ ଟ୍ରଲିରେ ଶୁଆଇ ମାଇଲ୍ ମାଇଲ୍ ବାଟ ଚାଲୁଛି ଗରିବ ମଣିଷଟିଏ। ଏଭଳି ସମ୍ବେଦନଶୀଳ ଖବର କେଉଁ ଦୁର୍ଗମା ବା ଉପାନ୍ତ ଅଞ୍ଚଳରେ ଘଟି ନାହିଁ, ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂରରେ ଘଟିଛି। ପୁରୀ ଜିଲ୍ଲା ସାକ୍ଷୀଗୋପାଳରୁ ରୋଗୀଣା ପତ୍ନୀଙ୍କୁ ଭଡ଼ା ଟ୍ରଲିରେ ନେଇ ପ୍ରାୟ ୯୦ କିଲୋମିଟର ଦୂର ଅତିକ୍ରମ କରି କଟକ ଏସ୍‌ସିବିରେ ଭର୍ତ୍ତି କରାଇଛନ୍ତି ଗରିବ ସ୍ୱାମୀଟିଏ।

ଦାସବିଦ୍ୟାଧରପୁର ଗାଁରେ ବାସ କରନ୍ତି କବିର ଭୋଇ। ପରିବାର କହିଲେ କେବଳ ସ୍ୱାମୀ ଓ ସ୍ତ୍ରୀ। ଟ୍ରଲି ଟାଣି ଯାହା ଆୟ କରନ୍ତି, ସେତିକିରେ ଓଳିଏ ଖାଇ ଓଳିଏ ଉପାସ ରୁହନ୍ତି। କବିରଙ୍କ କହିବା କଥା, ଆଜିକୁ ପ୍ରାୟ ୧୦ ଦିନ ହେଲା ରୋଗାକ୍ରାନ୍ତ ହୋଇପଡ଼ିଛନ୍ତି ପତ୍ନୀ ସୁକାନ୍ତି। ତେଣୁ ଚିକିତ୍ସା ପାଇଁ ପୁରୀ ମେଡ଼ିକାଲ୍‌କୁ ନେଇଥିଲେ। ସେଠାରେ କୁଆଡ଼େ ସେ ୫ ଦିନ ରହିଥିଲେ। କିନ୍ତୁ ଭଲ ନହେବାରୁ ମେଡ଼ିକାଲରେ କୁହାଗଲା କଟକ ନେଇଯିବାକୁ। ଏହାପରେ ସେ ପୁରୀରେ ଏକ ଅଟୋବାଲାକୁ ଯୋଗାଡ଼ କରିଥିଲେ। ଭଡ଼ା ୧୨୦୦ ଟଙ୍କା କହିବାରୁ ମନାକରିଦେଲେ କବିର୍। ଶେଷରେ ଦିନକୁ ୫୦ ଟଙ୍କା ଆକାରରେ ସେ ଗୋଟିଏ ଟ୍ରଲିକୁ ଭଡ଼ାରେ ଆଣିଥିଲେ। ସେଥିରେ ଗତକାଲି ସକାଳ ୯ଟାରେ ପତ୍ନୀଙ୍କୁ ଟ୍ରଲିରେ ଧରି ପୁରୀରୁ କଟକ ବାହାରିଲେ। ଦୀର୍ଘ ୯୦ କିଲୋମିଟର ଦୂର ଟ୍ରଲିରେ ଯାତ୍ରା ପରେ ଆଜି ସକାଳେ ପତ୍ନୀଙ୍କ ସହ କଟକରେ ପହଞ୍ଚିଥିଲେ କବିର। ସେଠାରେ କିଛି ସ୍ୱେଚ୍ଛାସେବୀ ଓ ଓଟିଭି ଟିମ୍ କବିରଙ୍କ ପତ୍ନୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ତେବେ କାହିଁକି ଏଭଳି ଦଶା ଭୋଗିବାକୁ ପଡ଼ିଲା କବିରଙ୍କୁ ? କବିରଙ୍କ ଭଳି ଗରୀବ ଗୁରୁବା କଣ ସରକାରୀ ସ୍ୱାସ୍ଥ୍ୟସେବା ପାଇଁ ହକ୍‌ଦାର ନୁହଁନ୍ତି? କୁଆଡ଼େ ଗଲା ସରକାରଙ୍କ ଗରୀବ କଲ୍ୟାଣ ନୀତି ? ଏବେ ଏଭଳି ପ୍ରଶ୍ନ ଛିଡ଼ା ହୋଇଥିବା ବେଳେ ପୁରୀ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ କହିଛନ୍ତି, ଗତ ୨୧ ତାରିଖରୁ ଅଦ୍ୟାବଧି ସେଭଳି କୌଣସି ରୋଗୀ ମେଡ଼ିକାଲକୁ ଆସିନାହାଁନ୍ତି, କିମ୍ବା ଏ ସମ୍ପର୍କରେ ସେ ଜାଣିନାହାଁନ୍ତି। ଅପରପକ୍ଷେ ଆଜି ଓଟିଭିରେ ଖବର ପ୍ରସାରଣ ପରେ ଗାଁକୁ ଯାଇ କବିରଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି ସ୍ଥାନୀୟ ସରପଞ୍ଚ।

Related story