ପରିବାରର ବାପା, ମାଆ ଓ ଝିଅଙ୍କ ଦେହରେ ଲାଗିଲା ନିଆଁ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ପୋଡ଼ି ହୋଇ ବାପା, ମାଆ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅଞ୍ଚଳରେ ଘଟିଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଗେରେଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ହେଉଛନ୍ତି ପ୍ରଫୁଲ୍ଲ ନାୟକ। ସେ ନିଜ ଗାଁ ସମରବନ୍ଧରେ ଏକ ଦୋକାନ କରିଛନ୍ତି। ସେଠାରେ ପେଟ୍ରୋଲ୍‌ ରଖି ବିକ୍ରି କରୁଥିଲେ। ଆଜି […]

Fire

Manoranjan Sial
  • Published: Wednesday, 17 November 2021
  • , Updated: 17 November 2021, 09:16 PM IST

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ପୋଡ଼ି ହୋଇ ବାପା, ମାଆ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅଞ୍ଚଳରେ ଘଟିଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଗେରେଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ହେଉଛନ୍ତି ପ୍ରଫୁଲ୍ଲ ନାୟକ। ସେ ନିଜ ଗାଁ ସମରବନ୍ଧରେ ଏକ ଦୋକାନ କରିଛନ୍ତି। ସେଠାରେ ପେଟ୍ରୋଲ୍‌ ରଖି ବିକ୍ରି କରୁଥିଲେ। ଆଜି ସନ୍ଧ୍ୟା ବେଳେ ପ୍ରପୁଲ୍ଲ ଏକ ବୋଟଲରେ ପୋଟ୍ରୋଲ୍‌ ଆଣି ଜଣଙ୍କ ବାଇକ୍‌ରେ ଢ଼ାଳୁଥିଲେ। ଠିକ୍‌ ସେହି ସମୟରେ ତାଙ୍କ ୨୮ ବର୍ଷୀୟା ଝିଅ ଦୀପା ସଞ୍ଜ ଦେବା ପାଇଁ ଦୀପ ଧରି ଆସୁଥିଲେ। ଆଉ ଦୀପ ନିଆଁ ସଂସ୍ପର୍ଶରେ ଆସି ଯାଇଥିଲା ପେଟ୍ରୋଲ୍‌। ତା’ପରେ ନିଆଁ ଦୀପାଙ୍କ ଦେହରେ ଲାଗି ଯାଇଥିଲା। ଦେଖୁ ଦେଖୁ ନିଆଁ ତାଙ୍କ ଶରୀରରେ ବ୍ୟାପି ଯାଇଥିଲା।

ଆଖି ଆଗରେ ଝିଅ ଜଳୁଥିବା ଦେଖି ବାପା ପ୍ରଫୁଲ୍ଲା ଓ ମାଆ ମାଗି ଉଦ୍ଧାର କରିବାକୁ ଆସିଥିଲେ। ସେମାନଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା। ତେବେ ଚିତ୍କାର ଶୁଣି ଆଖପାଖ ଲୋକ ଧାଇଁ ଆସିଥିଲେ। ନିଆଁ ଲିଭାଇ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଛନ୍ତି। ଦୀପାଙ୍କ ଶରୀରରେ ୭୦% ପୋଡ଼ି ଯାଇଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ପରେ ସମସ୍ତଙ୍କ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Related story