ବିଦ୍ୟାଶ୍ରୀ ଜୀବନସାଥୀ ହେବା ପୂର୍ବରୁ ଆଦିତ୍ୟଙ୍କ ସହ ସମ୍ପର୍କରେ ଥିଲେ ଚିନ୍ମୟୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୃତ୍ୟୁର ଚକ୍ରବ୍ୟୂହରେ ଫସିଥିବା ମାନବପ୍ରେମୀ ଆଦିତ୍ୟ ଦାଶ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି। ତାହାର ରହସ୍ୟ ଭେଦ କରିପାରୁନି କ୍ରାଇମବ୍ରାଞ୍ଚ। ଏପଟେ କିନ୍ତୁ ଫେସ୍‌ବୁକ୍‌ ଫ୍ରେଣ୍ଡରୁ ଆଦିତ୍ୟଙ୍କ ପ୍ରେମିକା ବନିଥିବା ଚିନ୍ନୟୀ ମହାପାତ୍ର ଏବେ ମୁହଁ ଖୋଲିବା ପରେ ଘଟଣା ଆହୁରି ରହସ୍ୟମୟ ହୋଇଉଠିଛି। ପରିବାର ଲୋକେ ସନ୍ଦେହ କରୁଛନ୍ତି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଚିନ୍ମୟୀଙ୍କ ହାତ ଥାଇପାରେ। ହେଲେ ଆଦିତ୍ୟ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ଚିନ୍ମୟୀ ସନ୍ଦେହ ପ୍ରକାଶ […]

Chinmayee

Manoranjan Sial
  • Published: Friday, 04 September 2020
  • , Updated: 04 September 2020, 07:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୃତ୍ୟୁର ଚକ୍ରବ୍ୟୂହରେ ଫସିଥିବା ମାନବପ୍ରେମୀ ଆଦିତ୍ୟ ଦାଶ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି। ତାହାର ରହସ୍ୟ ଭେଦ କରିପାରୁନି କ୍ରାଇମବ୍ରାଞ୍ଚ। ଏପଟେ କିନ୍ତୁ ଫେସ୍‌ବୁକ୍‌ ଫ୍ରେଣ୍ଡରୁ ଆଦିତ୍ୟଙ୍କ ପ୍ରେମିକା ବନିଥିବା ଚିନ୍ନୟୀ ମହାପାତ୍ର ଏବେ ମୁହଁ ଖୋଲିବା ପରେ ଘଟଣା ଆହୁରି ରହସ୍ୟମୟ ହୋଇଉଠିଛି। ପରିବାର ଲୋକେ ସନ୍ଦେହ କରୁଛନ୍ତି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଚିନ୍ମୟୀଙ୍କ ହାତ ଥାଇପାରେ। ହେଲେ ଆଦିତ୍ୟ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ଚିନ୍ମୟୀ ସନ୍ଦେହ ପ୍ରକାଶ କରିଛନ୍ତି।

ବାଲେଶ୍ୱର ଚିନ୍ମୟୀ ମହାପାତ୍ର ଫେସବୁକରୁ ବନ୍ଧୁତା ସାଜିଥିଲେ। ତା’ପରେ ପ୍ରେମିକା ବନିଯାଇଥିଲେ। ବିଦ୍ୟାଶ୍ରୀ ଜୀବନସାଥୀ ହେବା ପୂର୍ବରୁ ଆଦିତ୍ୟଙ୍କ ସହ ସମ୍ପର୍କରେ ଥିଲେ ସେ। ଆଦିତ୍ୟଙ୍କ ଆଶ୍ରମକୁ ମଧ୍ୟ ସେ ଏକାଧିକ ଥର ଯାଇଛନ୍ତି। ବିବାହ ପରଠୁ କିନ୍ତୁ ଆଦିତ୍ୟଙ୍କ ସହ କୌଣସି ସମ୍ପର୍କ ରଖିନଥିଲେ ବୋଲି ଚିନ୍ମୟୀ କହିଛନ୍ତି। ତେବେ ବିବାହ ପରେ ପରେ ଆଦିତ୍ୟଙ୍କ ଏଭଳି ରହସ୍ୟଜନକ ମୃତ୍ୟୁ ହେଲା କାହିଁକି? ତାକୁ ନେଇ ନା ନା ଆଶଙ୍କା ସହ ତଦନ୍ତର ଘଣ୍ଟାଚକଟା ପରେ ସମସ୍ତଙ୍କ ନଜର ଏବେ କେନ୍ଦ୍ରୀଭୂତ ହୋଇଛି ଚିନ୍ମୟୀଙ୍କ ଉପରେ। ବାଲେଶ୍ୱରର ଜଣେ ସାମାଜିକ ସଂଗଠନର ସଦସ୍ୟ ତଥା ବନ୍ଧୁ ବିସ୍ମିତ ଦାସ ଚିନ୍ମୟୀଙ୍କ ପାଖରେ ପହଞ୍ଚିଥିଲେ। ସେହି ସମୟରେ ଚିନ୍ମୟୀ ତାଙ୍କୁ ନିଜ ମାନସିକ ଅବସାଦ ଓ ଚିକିତ୍ସା ସମ୍ପର୍କରେ ମଧ୍ୟ କହିଥିଲେ ବୋଲି ବିସ୍ମିତ କ୍ରାଇମବ୍ରାଞ୍ଚକୁ ତଥ୍ୟ ଦେଇଥିବା କହିଛନ୍ତି। ଏପଟେ ଆଦିତ୍ୟଙ୍କ ସାମାଜିକ ସଂଗଠନ ପିପୁଲ ଫର ସେବା ସଦସ୍ୟ ମଧ୍ୟ ଉଭୟଙ୍କ ପ୍ରେମ ସମ୍ପର୍କ କଥାକୁ ସ୍ୱୀକାର କରିଛନ୍ତି। କିନ୍ତୁ ଚିନ୍ମୟୀ ସାଇକୋ ନୁହଁନ୍ତି ବୋଲି କହିଛନ୍ତି ସଂଗଠନ ସଦସ୍ୟ ପପୁ।

ତେବେ ଆଦିତ୍ୟଙ୍କ ମୃତ୍ୟୁ ପଛର ଅସଲ କାରଣ କଣ? ପ୍ରେମ, ସଂଗଠନର ଆର୍ଥିକ କାରବାର ନା ଆଉ କିଛି? ଆଦିତ୍ୟଙ୍କ ମୃତ୍ୟୁର କାରଣ ନେଇ କିଏ ସତ କହୁଛନ୍ତି? ସବୁ ଦିଗକୁ ଧରି ତଦନ୍ତ ଜାରି ରହିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଯେଉଁମାନଙ୍କ ନାଁ ସାମ୍ନାକୁ ଆସୁଛି ଆମେ ଉଚିତ ପଦକ୍ଷେପ ନେବୁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।

Related story