ଫିଲ୍ମ ଷ୍ଟାଇଲ୍‌ରେ ଢ଼ାବା ମ୍ୟାନେଜରଙ୍କୁ ଉଠାଇନେଲେ ୫ ଯୁବକ

ବାରିପଦା(ମାନିକ ଲାଲ ପାଣି): ଫିଲ୍ମ ଷ୍ଟାଇଲ୍‌ରେ ଢ଼ାବା ମ୍ୟାନେଜରଙ୍କୁ ଉଠାଇ ନେଲେ ୫ ଯୁବକ। ପରେ ମାଡ଼ ମାରି ଢ଼ାବାଠାରୁ ୪୦ କିମି ଦୂରରେ ଛାଡି ପଳାଇ ଗଲେ। ବୁଧବାର ବିଳମ୍ୱିତ ରାତିରେ ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ୧୮ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବେତନଟୀ ନକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ରହିଛି ଏକ […]

baripada

Manoranjan Sial
  • Published: Thursday, 11 February 2021
  • , Updated: 11 February 2021, 04:59 PM IST

ବାରିପଦା(ମାନିକ ଲାଲ ପାଣି): ଫିଲ୍ମ ଷ୍ଟାଇଲ୍‌ରେ ଢ଼ାବା ମ୍ୟାନେଜରଙ୍କୁ ଉଠାଇ ନେଲେ ୫ ଯୁବକ। ପରେ ମାଡ଼ ମାରି ଢ଼ାବାଠାରୁ ୪୦ କିମି ଦୂରରେ ଛାଡି ପଳାଇ ଗଲେ। ବୁଧବାର ବିଳମ୍ୱିତ ରାତିରେ ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

୧୮ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବେତନଟୀ ନକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ରହିଛି ଏକ ଢ଼ାବା। ସବୁଦିନ ପରି ବୁଧବାର ରାତି ଢେବା ଖୋଲି ରହିଥିଲା। ରାତି ପ୍ରାୟ ୯ରୁ ସାଢ଼େ ୯ଟା ବେଳେ ଲୋକଙ୍କ ଗହଳୀ ନଥିଲା। ହଠାତ ୫ ଜଣ ଯୁବକ ଢ଼ାବାରେ ପ୍ରବେଶ କଲେ। ଖାଇବା ବାହାନାରେ ମ୍ୟାନେଜର ତପନ କୁମାର ସାହୁଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରେ ମ୍ୟାନେଜରଙ୍କୁ ମାଡ଼ ମାରି ଫିଲ୍ମ ଷ୍ଟାଇଲ୍‌ରେ ଟେକି ନେଇ ଯାଇଥିଲେ। ନେଲା ବେଳେ ରାସ୍ତାରେ ଗାଡ଼ି ଅଟକାଇ ପୁଣି ତୁପନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଦୁର୍ବୃତ୍ତମାନେ ଢ଼ାବା ମ୍ୟାନେଜର ତପନ କୁମାର ସାହୁଙ୍କୁ ମାଡ଼ ମାରି ଲହୁ ଲୁହାଣ କରି ବାରିପଦା ବସ୍‌ଷ୍ଟାଣ୍ଡରେ ଛାଡି ପଳାଇ ଯାଇଥିଲେ। ତାଙ୍କୁ ଖୋଜା ଖୋଜି ପରେ ସମ୍ପର୍କୀୟମାନେ ବାରିପଦାରୁ ତପନଙ୍କୁ ପାଇଥିଲେ। ତାଙ୍କୁ ଏବେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ କିଏ ଏବଂ କାହିଁକି ଟେକି ନେଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି।

ପୁଲିସ ଅଭିଯୋଗ ପାଇ ଡାକ୍ତରଖାନାରେ ଆହତଙ୍କ ବୟାନ ରେକର୍ଡ କରିଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ପାଇନି ପୁଲିସ।

Related story