୧୭ ଲକ୍ଷ ଚଳୁ କରି ବନ୍ଧା ହେଲେ ‘ନିମନ୍ତ୍ରଣ’ ମ୍ୟାନେଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହିଦନଗରସ୍ଥିତ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟକୁ ଲୁଟି ଖୋଳ କରିଦେଲେ ଏହାର କର୍ମଚାରୀ। ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ସମୟରେ ଏହି ରେଷ୍ଟୁରାଣ୍ଟର ପ୍ରାୟ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଦେଲେ ଏହାର ମ୍ୟାନେଜର । ଯାହା ହାତରେ ଥିଲା ଚାବିକାଠି, ସିଏ ହିଁ ଖାଲି କରୁଥିଲା ଭଣ୍ଡାର। ଅଡିଟ ବେଳେ ଏହା ଜଣାପଡ଼ିଥିବା ବେଳେ ଶେଷରେ OTDC ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନୀଲ ଘଡ଼େଇଙ୍କୁ ଗିରଫ କରିଛି […]

nimantran

Niharika Rout
  • Published: Thursday, 21 July 2022
  • , Updated: 21 July 2022, 02:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହିଦନଗରସ୍ଥିତ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟକୁ ଲୁଟି ଖୋଳ କରିଦେଲେ ଏହାର କର୍ମଚାରୀ। ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ସମୟରେ ଏହି ରେଷ୍ଟୁରାଣ୍ଟର ପ୍ରାୟ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଦେଲେ ଏହାର ମ୍ୟାନେଜର । ଯାହା ହାତରେ ଥିଲା ଚାବିକାଠି, ସିଏ ହିଁ ଖାଲି କରୁଥିଲା ଭଣ୍ଡାର। ଅଡିଟ ବେଳେ ଏହା ଜଣାପଡ଼ିଥିବା ବେଳେ ଶେଷରେ OTDC ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନୀଲ ଘଡ଼େଇଙ୍କୁ ଗିରଫ କରିଛି ସହିଦନଗର ଥାନା ପୁଲିସ୍‌।

ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଗତ ବର୍ଷ ସେପ୍ଟେମ୍ବରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି ) ପକ୍ଷରୁ ଭୁବନେଶ୍ୱର ସହିଦନଗରରେ ଏହି ରେଷ୍ଟୁରାଣ୍ଟ ଖୋଲିଥିଲା। ମାତ୍ର ୧୦ ମାସର ଏହି ହୋଟେଲରେ ଗତ ୬ ମାସ ହେଲା ଚାଲୁଥିଲା ମହା ଘୋଟଲା। ଏହାର ମୁଖ୍ୟ ମାଷ୍ଟରମାଇଣ୍ଡ ଥିଲେ ଅର୍ଦ୍ଧେନ୍ଦୁ ଶେଖର । ତାଙ୍କୁ ସହଯୋଗ କରୁଥିଲେ ସୁନୀଲ ଘଡ଼େଇ ।

ଏହି ରେଷ୍ଟୁରାଣ୍ଟରୁ ହେଉଥିବା ଆୟର ପେମେଣ୍ଟ ମୁଖ୍ୟତଃ ଅନଲାଇନ୍‌ ଓ ଅଫଲାଇନ୍‌ରେ ହୋଇଥାଏ। ମାତ୍ର ଏହି ଟଙ୍କାର ପ୍ରାୟ ଅଧା ଅଂଶକୁ ସରକାରୀ ଆକାଉଣ୍ଟରେ ଡିପୋଜିଟ କରିବା ବଦଳରେ ନିଜ ଆକାଉଣ୍ଟରେ ଡିପୋଜିଟ କରୁଥିଲେ ଏହି ୨ ଅଭିଯୁକ୍ତ । ବିଗତ ୬ ମାସ ହେଲା  ସେମାନେ ଏପରି ଭାବେ ପ୍ରାୟ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି  ।

ଅଡିଟ୍ ବେଳେ ଏହା ଜଣାପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା  । ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦ ନଗର ଥାନା ପୁଲିସ ।

Related story