ଦିନେ ଫୁଲର ରାସ୍ତାରେ ଚାଲୁଥିଲେ, ଆଜି ଜେଲ୍‌ରେ ବିତାଇବେ ରାତି!

ଖୋର୍ଦ୍ଧା (ବଳରାମ ଲେଙ୍କା): ଦିନେ ସେ ଫୁଲ୍‌ର ରାସ୍ତାରେ ଚାଲୁଥିଲେ। ଆଗରେ ଓ ପଛରେ ଘୂରି ବୁଲୁଥିଲେ ବ୍ରିଗେଡ୍‌। ରାସ୍ତାରେ ଚାଲିଲା ବେଳେ ମହିଳାମାନେ ହୁଳହୁଳି ପକାଉଥିବା ବେଳେ ପାଦ ଛୁଇଁ ମୁଣ୍ଡିଆ ମାରୁଥିଲେ। ବିଳାସପୂର୍ଣ୍ଣ ଜୀବନ ଶୈଳୀରେ ଜୀବନ ବିତାଉଥିବା ମାନବବାଦୀ ସଙ୍ଗଠନର ମୁଖ୍ୟ ମାନସ ଦାସ ଓରଫ ଗୁରୁଜୀଙ୍କ ଡ୍ରାମା ଶେଷ ହୋଇଛି। ଆଜି ବନ୍ଧା ହୋଇଛନ୍ତି ଗୁରୁଜୀ। ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଖୋର୍ଦ୍ଧା ପୁଲିସ ତାଙ୍କୁ ଆଜି ଅପରାହ୍ନରେ ଗିରଫ କରିଛି। […]

Guruji

Manoranjan Sial
  • Published: Thursday, 02 September 2021
  • , Updated: 03 September 2021, 03:15 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଦିନେ ସେ ଫୁଲ୍‌ର ରାସ୍ତାରେ ଚାଲୁଥିଲେ। ଆଗରେ ଓ ପଛରେ ଘୂରି ବୁଲୁଥିଲେ ବ୍ରିଗେଡ୍‌। ରାସ୍ତାରେ ଚାଲିଲା ବେଳେ ମହିଳାମାନେ ହୁଳହୁଳି ପକାଉଥିବା ବେଳେ ପାଦ ଛୁଇଁ ମୁଣ୍ଡିଆ ମାରୁଥିଲେ। ବିଳାସପୂର୍ଣ୍ଣ ଜୀବନ ଶୈଳୀରେ ଜୀବନ ବିତାଉଥିବା ମାନବବାଦୀ ସଙ୍ଗଠନର ମୁଖ୍ୟ ମାନସ ଦାସ ଓରଫ ଗୁରୁଜୀଙ୍କ ଡ୍ରାମା ଶେଷ ହୋଇଛି। ଆଜି ବନ୍ଧା ହୋଇଛନ୍ତି ଗୁରୁଜୀ। ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଖୋର୍ଦ୍ଧା ପୁଲିସ ତାଙ୍କୁ ଆଜି ଅପରାହ୍ନରେ ଗିରଫ କରିଛି। ପୁଲିସ ତାଙ୍କ ବିରୋଧରେ ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧିକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ କରିଦେବା ଭଳି ବହୁ ଗୁରୁତର ଦଫା ଲଗାଇଛି। ତାଙ୍କୁ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି।

କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ କହିବା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଭିମାନପୁର ଗାଁର ସତ୍ୟବ୍ରତ ନାଏକଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପୁତୁରା ବସନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ଏଫ୍‌ଆଇଆର୍‌ରେ ୮ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଅପହରଣ, ହତ୍ୟା ଓ ଧମକଚମକ ଦେବା ଭଳି ଦଫାରେ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଥିଲା। ଅଗଷ୍ଟ ୪ ତାରିଖରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି।

କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ଭୋଳ କହିଛନ୍ତି, “ଏଫ୍‌ଆଇଆର୍‌ରେ ଲେଖାଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଥିଲା। ଏଥିସହ ଏହି ମାମଲାରେ ପରୋକ୍ଷରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ତଥ୍ୟ ଓ ପ୍ରମାଣ ସଂଗ୍ରହରେ ଲାଗି ପଡ଼ିଥିଲା। ସତ୍ୟବ୍ରତ ହତ୍ୟା ନେଇ ଅଧିକ ତଥ୍ୟ ଜାଣିବା ପାଇଁ ପୁଲିସ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଭିତରୁ ୩ ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ସେମାନଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଥିଲା ଯେ, ଅପରାଧିକ ଷଡ଼ଯନ୍ତ୍ର କରି ସତ୍ୟବ୍ରତ ନାୟକଙ୍କୁ ଅପହରଣ କରାଯାଇଥିଲା। ପରେ ତାଙ୍କୁ ହତ୍ୟା କରି ଶବ ପୋଡ଼ି ପ୍ରମାଣ ନଷ୍ଟ କରିଦିଆଯାଇଥିଲା। ଅଭିଯୋଗକାରୀଙ୍କୁ ଧମକ ଚମକ ଦେଇ ସମସ୍ତ ଅପରାଧ ଘଟାଇ ଥିବାର ପ୍ରମାଣ ମିଳିଥିଲା।”

ସେ ଆହୁରି କହିଛନ୍ତି, “ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ପ୍ରମାଣ ମିଳିବା ପରେ ଆଜି ଅପରାହ୍ନରେ ଭୁବନେଶ୍ୱରରୁ ମାନସ ଦାସଙ୍କୁ ତାଙ୍କ ବାସ ଭବନରୁ ଗିରଫ କରାଯାଇଥିଲା। ତାଙ୍କ ନାଁରେ ହତ୍ୟା ନେଇ ଦଫା ୩୦୨ ଲଗାଇଛି ପୁଲିସ। ଏଥିସହ ଦଫା ୩୬୩, ୩୬୪, ୨୦୧, ୧୨୦ବି, ୩୪ IPC ଲାଗିଛି। ଏହାଛଡ଼ା ମାନସଙ୍କ ବିରୋଧରେ ବହୁ ପୁରୁଣା ମାମଲାରେ ଅଭିଯୋଗ ହେଉଛି। ତାହା ଉପରେ ମଧ୍ୟ ତଦନ୍ତ ଚାଲିଛି। ପର୍ଯ୍ୟାୟକ୍ରମେ ତଦନ୍ତ କରାଯାଇ ତାଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story