ମାନସ ମଙ୍ଗରାଜ ସରକାରଙ୍କ ମିଡିଆ ପରାମର୍ଶଦାତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଛାଡ଼ି ଗତବର୍ଷ ବିଜେଡିରେ ସାମିଲ ହୋଇଥିବା ଯୁବନେତା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ମିଡିଆ ଓ ଲୋକସମ୍ପର୍କ ପରାମର୍ଶଦାତା ଭାବେ ଥଇଥାନ କରାଯାଇଛି। ଶ୍ରୀ ମଙ୍ଗରାଜ ଏବେ ବିଜେଡିର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଭାବେ କାର୍ଯ୍ୟ କରୁଛନ୍ତି। ସାଧାରଣ ନିର୍ବାଚନରେ ସେ ଚିଲିକା ବିଧାନସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ ମଧ୍ୟ ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା। ଶ୍ରୀ ମଙ୍ଗରାଜ ୨୦୧୪ରେ କଂଗ୍ରେସ ଟିକେଟ୍ରେ ଚିଲିକା ବିଧାନସଭା ଆସନରୁ ଲଢ଼ି ପରାଜିତ […]

Manas-Mangaraj-

Tapas Behera
  • Published: Wednesday, 28 August 2019
  • , Updated: 28 August 2019, 10:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଛାଡ଼ି ଗତବର୍ଷ ବିଜେଡିରେ ସାମିଲ ହୋଇଥିବା ଯୁବନେତା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ମିଡିଆ ଓ ଲୋକସମ୍ପର୍କ ପରାମର୍ଶଦାତା ଭାବେ ଥଇଥାନ କରାଯାଇଛି। ଶ୍ରୀ ମଙ୍ଗରାଜ ଏବେ ବିଜେଡିର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଭାବେ କାର୍ଯ୍ୟ କରୁଛନ୍ତି।

ସାଧାରଣ ନିର୍ବାଚନରେ ସେ ଚିଲିକା ବିଧାନସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ ମଧ୍ୟ ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା। ଶ୍ରୀ ମଙ୍ଗରାଜ ୨୦୧୪ରେ କଂଗ୍ରେସ ଟିକେଟ୍ରେ ଚିଲିକା ବିଧାନସଭା ଆସନରୁ ଲଢ଼ି ପରାଜିତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୬ ତାରିଖରେ ୩୬ଜଣ ବିଜେଡି ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରାଯାଇଥଲା। ସେତେବେଳେ ଶ୍ରୀ ମଙ୍ଗରାଜଙ୍କୁ ସାମିଲ କରାଯାଇ ନଥିଲା।

Related story