ମନୀଷ ଖରବନ୍ଦା ହେଲେ ସିଆଇଆଇ ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଗ୍ରୁପର ପରାମର୍ଶଦାତା(କର୍ପୋରେଟ ଓ ଲିଗାଲ୍ ବ୍ୟାପାର) ମନୀଷ ଖରବନ୍ଦା ଗତକାଲି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସିଆଇଆଇ (ଓଡ଼ିଶା ଚାପ୍ଟର)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ପୁରୀରେ ଗତକାଲି ଅନୁଷ୍ଠିତ ସିଆଇଆଇ ଓଡ଼ିଶା ଚାପ୍ଟରର କାଉନସିଲ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଛି। ସେହିପରି ନାଲକୋ ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଶ୍ରୀଧର ପାତ୍ର ମଧ୍ୟ ସିଆଇଆଇ ଓଡ଼ିଶା ଚାପ୍ଟରର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ମନୀଷ […]

manish-kharbanda

Ordigital Desk
  • Published: Wednesday, 24 February 2021
  • , Updated: 24 February 2021, 07:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଗ୍ରୁପର ପରାମର୍ଶଦାତା(କର୍ପୋରେଟ ଓ ଲିଗାଲ୍ ବ୍ୟାପାର) ମନୀଷ ଖରବନ୍ଦା ଗତକାଲି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସିଆଇଆଇ (ଓଡ଼ିଶା ଚାପ୍ଟର)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ପୁରୀରେ ଗତକାଲି ଅନୁଷ୍ଠିତ ସିଆଇଆଇ ଓଡ଼ିଶା ଚାପ୍ଟରର କାଉନସିଲ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଛି। ସେହିପରି ନାଲକୋ ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଶ୍ରୀଧର ପାତ୍ର ମଧ୍ୟ ସିଆଇଆଇ ଓଡ଼ିଶା ଚାପ୍ଟରର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ମନୀଷ ଖରବନ୍ଦା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସିଆଇଆଇ ଓଡ଼ିଶା ଚାପ୍ଟରର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ଖରବନ୍ଦା ହାଭାର୍ଡ ବିଜିନେସ ସ୍କୁଲରୁ ଆଡ଼ଭାନ୍ସଡ୍ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରିଛନ୍ତି। ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ ଏବେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ମାଇନ୍ସ ଆଣ୍ଡ ମିନେରାଲ୍ସ ବ୍ୟବସାୟ ଦେଖୁଛନ୍ତି ଓ ଓଡ଼ିଶା ବ୍ୟାପାରର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

ସେହିପରି ଶ୍ରୀ ପାତ୍ର ନିଜର ସରଳ ଜୀବନଶୈଳୀ ଓ ଉଚ୍ଚ ଚିନ୍ତାଧାରା ନିମନ୍ତେ ପରିଚିତ। ଶ୍ରୀ ପାତ୍ର ୩ ଦଶନ୍ଧି ଧରି ସରକାରୀ ଉଦ୍ୟୋଗର ଫାଇନାନ୍ସ ଓ ଆକାଉଣ୍ଟ ଦାୟିତ୍ୱରେ ରହିଥିଲେ। ଏବେ ସେ ନାଲକୋର ସିଏମଡି ଭାବେ କାର୍ଯ୍ୟ କରୁଛନ୍ତି।

Related story