ଏଥର ସୂର୍ଯ୍ୟଙ୍କ ପାଇଁ ଅଗ୍ନି ପରୀକ୍ଷା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଷୋଡ଼ଶ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର। ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ସର୍ବସମ୍ମତିକ୍ରମେ ସେ ନିର୍ବାଚିତ ହୋଇଛନ୍ତି। ତେବେ ପୂର୍ବ ବିଧାନସଭା ଅପେକ୍ଷା ଏଥର ବିରୋଧୀ ଦଳର ବେଶ୍ ଶକ୍ତ ଓ ବହୁ ଟାଣୁଆ ତଥା ଅଭିଜ୍ଞ ବିଧାୟକ ନିର୍ବାଚିତ ହୋଇ ଆସିଥିବାରୁ ଗୃହ ପରିଚାଳନା ସୂର୍ଯ୍ୟଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ । ଦଳୀୟ ବିଚାର ତଥା ବାଦବିବାଦରୁ ଊର୍ଦ୍ଧ୍ୱରେ ରହି ବିଧାନସଭାର ପରିଚାଳନା କରି ଏହାର ଗରିମା […]

g90

Tapas Behera
  • Published: Saturday, 01 June 2019
  • , Updated: 01 June 2019, 08:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଷୋଡ଼ଶ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର। ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ସର୍ବସମ୍ମତିକ୍ରମେ ସେ ନିର୍ବାଚିତ ହୋଇଛନ୍ତି। ତେବେ ପୂର୍ବ ବିଧାନସଭା ଅପେକ୍ଷା ଏଥର ବିରୋଧୀ ଦଳର ବେଶ୍ ଶକ୍ତ ଓ ବହୁ ଟାଣୁଆ ତଥା ଅଭିଜ୍ଞ ବିଧାୟକ ନିର୍ବାଚିତ ହୋଇ ଆସିଥିବାରୁ ଗୃହ ପରିଚାଳନା ସୂର୍ଯ୍ୟଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ । ଦଳୀୟ ବିଚାର ତଥା ବାଦବିବାଦରୁ ଊର୍ଦ୍ଧ୍ୱରେ ରହି ବିଧାନସଭାର ପରିଚାଳନା କରି ଏହାର ଗରିମା ଅକ୍ଷୁର୍ଣ୍ଣ ରଖିବା ବି ସୂର୍ଯ୍ୟଙ୍କ ପାଇଁ ଆଉ ଏକ ଚ୍ୟାଲେଞ୍ଜ ହେବ।

ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବାଚସ୍ପତି କରିବା ପାଇଁ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିରୋଧୀଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ସୂର୍ଯ୍ୟ ନାରାୟଣ ପାତ୍ର ବାଚନିକ ଭୋଟ୍‌ରେ ଏହି ସାମ୍ବିଧାନିକ ପଦବୀ ଲାଗି ନିର୍ବାଚିତ ହୋଇଥିଲେ। ଏହାପରେ ଗୃହର ନେତା ନବୀନ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ବରିଷ୍ଠ କଂଗ୍ରେସ୍ ବିଧାୟକ ନରସିଂହ ମିଶ୍ର ନୂଆ ବାଚସ୍ପତିଙ୍କୁ ସ୍ୱାଗତ ଜଣାଇବା ସହ ତାଙ୍କୁ ବାଚସ୍ପତିଙ୍କ ଆସନରେ ବସାଇଥିଲେ । ତେବେ ବିଜେପିର ଅଧିକାଂଶ ବିଧାୟକ ଅନୁପସ୍ଥିତ ଥିଲେ। ଦାୟିତ୍ୱ ଗ୍ରହଣ କରିବାପରେ ବାଚସ୍ପତି କହିଥିଲେ ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର। ଏହାର ଗରିମା ଅକ୍ଷୁର୍ଣ୍ଣ ରଖିବାକୁ ସେ ସବୁ ଦଳର ସହଯୋଗ ଲୋଡ଼ିଥିଲେ।

ଚଳିତ ଥରକୁ ମିଶାଇ ସୂର୍ଯ୍ୟନାରାୟଣ ପାତ୍ର ୭ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ ମଧ୍ୟ ତାଙ୍କ ଢେର୍ ଅଭିଜ୍ଞତା ରହିଛି । ତେବେ ବିଧାନସଭାର ୨୨ତମ ବାଚସ୍ପତି ହୋଇଥିବା ସୂର୍ଯ୍ୟନାରାୟଣଙ୍କ ଆଗରେ କିନ୍ତୁ ରହିଛି ଅନେକ ଆହ୍ୱାନ।

ବିଧାନସଭାକୁ ବିରୋଧୀ ଦଳର ବହୁ ଟାଣୁଆ ଅଭିଜ୍ଞ ନେତା ନିର୍ବାଚିତ ହୋଇଥିବାରୁ ଗୃହ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା କରିବା ସୂର୍ଯ୍ୟଙ୍କ ପାଇଁ ବଡ଼ ଚ୍ୟାଲେଂଜ ହେବ । ମୁଖ୍ୟତଃ କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜାଙ୍କ ଭଳି ପୁରୁଖା ନେତା ଏଥର ବିଧାନସଭାକୁ ଆସିଥିବାରୁ ସରକାରଙ୍କୁ ଅକଳରେ ପକାଇ ପାରନ୍ତି। ଠିକ୍ ସେହିଭଳି ବିଜେପିରୁ ଜୟନାରାୟଣ ମିଶ୍ର, ପ୍ରଦୀପ୍ତ ନାୟକ, ସୁବାସ ପାଣିଗ୍ରାହୀ, ବିଷ୍ଣୁ ସେଠୀ, ମୋହନ ମାଝୀଙ୍କ ସମେତ ୨୩ ବିଧାୟକ ଶାସକ ଦଳକୁ ଘେରିବାକୁ ରଣନୀତି କରିବେ। ତେବେ ବିଭିନ୍ନ ସମୟରେ ବାଚସ୍ପତିଙ୍କ ନାଁରେ ପକ୍ଷପାତିତାର ଅଭିଯୋଗ ଆସୁଥିବାରୁ ବିବାଦରୁ ଊର୍ଦ୍ଧ୍ୱରେ ରହି ଗୃହର ଗରିମା ଅକ୍ଷୁର୍ଣ୍ଣ ରଖିବା ସୂର୍ଯ୍ୟଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ।

Related story