କ୍ରମାଗତ ବଢୁଛି ଦାଗୀ ନେତାଙ୍କ ସଂଖ୍ୟା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଅଧିକ ଦାଗୀ ନେତା। ନିର୍ବାଚିତ ୧୪୬ ଜଣ ବିଧାୟକଙ୍କ ମଧ୍ୟରୁ ୪୬% ବା ୬୭ ଜଣ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା। ଏହି ୬୭ ଜଣଙ୍କ ଭିତରୁ ୪୯ ଜଣଙ୍କ ବିରୋଧରେ ସାଂଘାତିକ ଅପରାଧ ମାମଲା ରହିଛି। ଅର୍ଥାତ ୩୪ ପ୍ରତିଶତ ବିଧାୟକଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଓ ଅପହରଣ ଭଳି ସଙ୍ଗିନ ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି। ଏଥର ୨ […]

assembly

Tapaswini Nayak
  • Published: Monday, 27 May 2019
  • , Updated: 27 May 2019, 02:05 PM IST
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଅଧିକ ଦାଗୀ ନେତା। ନିର୍ବାଚିତ ୧୪୬ ଜଣ ବିଧାୟକଙ୍କ ମଧ୍ୟରୁ ୪୬% ବା ୬୭ ଜଣ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା। ଏହି ୬୭ ଜଣଙ୍କ ଭିତରୁ ୪୯ ଜଣଙ୍କ ବିରୋଧରେ ସାଂଘାତିକ ଅପରାଧ ମାମଲା ରହିଛି। ଅର୍ଥାତ ୩୪ ପ୍ରତିଶତ ବିଧାୟକଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଓ ଅପହରଣ ଭଳି ସଙ୍ଗିନ ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।
ଏଥର ୨ ନିର୍ବାଚିତ ବିଧାୟକଙ୍କ ନାଁରେ ହତ୍ୟା ମାମଲା ରହିଥିବା ବେଳେ ୧୧ ଜଣ ବିଧାୟକ ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ। ବିଜେଡିରୁ ନିର୍ବାଚିତ ୧୧୨ ବିଧାୟକଙ୍କ ମଧ୍ୟରୁ ୪୬ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା ଓ ୩୩ ଜଣ ସାଂଘାତିକ ଅପରାଧରେ ଜଡ଼ିତ ଥିବା ଅଭିଯୋଗ ରହିଛି। ସେହିପରି ବିଜେପିର ୨୩ରୁ ୧୪ ଜଣ ବିଧାୟକ ଦାଗୀ ହୋଇଥିବା ବେଳେ ୧୦ ଜଣଙ୍କ ବିରୋଧରେ ରହିଛି ସାଂଘାତିକ ଅପରାଧ ମାମଲା।

Related story