ଘରେ ପଶି ଗୁଳି ମାରିଲେ ମାଓବାଦୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅଞ୍ଚଳରେ ଲାଲ ଆତଙ୍କ। ମାଓବାଦୀ ସିଲାକୁଟା ଗାଁର ଜଣଙ୍କ ଘରେ ପଶି ତାଙ୍କୁ ଗୁଳି ମାରିଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ଆହତ ମଙ୍ଗୁଳୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଜଙ୍ଘରେ ଗୁଳି ବାଜିଥିବା ସୂଚନା ମିଳିଛି। ମାଓବାଦୀଙ୍କ ବିରୋଧରେ ଲୋକଙ୍କୁ ସଚେତନ କରୁଥିବାରୁ ଓ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ପ୍ରବର୍ତ୍ତାଉ ଥିବାରୁ ମଙ୍ଗୁଳୁଙ୍କୁ ଆକ୍ରମଣ ହୋଇଥିବା କୁହାଯାଉଛି। ମାଓକ୍ୟାମ୍ପ ଧ୍ୱସଂ ମାଲକାନଗିରି ଜିଲ୍ଲା ଓରକେଲ ଥାନା […]

maoo

Rakesh Mallick
  • Published: Monday, 11 June 2018
  • , Updated: 11 June 2018, 02:03 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅଞ୍ଚଳରେ ଲାଲ ଆତଙ୍କ। ମାଓବାଦୀ ସିଲାକୁଟା ଗାଁର ଜଣଙ୍କ ଘରେ ପଶି ତାଙ୍କୁ ଗୁଳି ମାରିଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ଆହତ ମଙ୍ଗୁଳୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଜଙ୍ଘରେ ଗୁଳି ବାଜିଥିବା ସୂଚନା ମିଳିଛି।

ମାଓବାଦୀଙ୍କ ବିରୋଧରେ ଲୋକଙ୍କୁ ସଚେତନ କରୁଥିବାରୁ ଓ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ପ୍ରବର୍ତ୍ତାଉ ଥିବାରୁ ମଙ୍ଗୁଳୁଙ୍କୁ ଆକ୍ରମଣ ହୋଇଥିବା କୁହାଯାଉଛି।

ମାଓକ୍ୟାମ୍ପ ଧ୍ୱସଂ

ମାଲକାନଗିରି ଜିଲ୍ଲା ଓରକେଲ ଥାନା ଦୟାପଡ଼ା ଜଙ୍ଗଲରେ ମାଓକ୍ୟାମ୍ପ ଧ୍ୱଂସ ହୋଇଛି। ଗୁଇନ୍ଦା ସୂଚନା ଅନୁସାରେ କୁଡୁମୁଲୁଗୁମ୍ମା ବିଏସ୍‌ଏଫ୍‌ ଯବାନ ସ୍ପେଶାଲ ଅପରେସନ କରି ସେଠାରେ ଚଢ଼ଉ କରିଥିଲେ। ତେବେ ଆଗୁଅ ସୂଚନା ପାଇ ୧୦ରୁ ଅଧିକ ମାଓବାଦୀ ଛତ୍ରଭଂଗ ଦେଇଥିବା ସୂଚନା ମିଳିଛି।

ମାଓ କ୍ୟାମ୍ପରୁ ଦୁଇଟି ବନ୍ଧୁକ, ଗୁଳି, ଡିଟୋନେଟର, ଜିଲୋଟିନ, ମାଓ ପୁସ୍ତିକା ଆଦି ବହୁ ପରିମାଣର ସାମଗ୍ରୀ ଜବତ କରାଯାଇଛି। ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ଦେଖିଲେ ଜଣା ପଡୁଛି ମାଓବାଦୀମାନେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିଲେ। ତେବେ ବିଏସ୍‌ଏଫ୍‌ ଯବାନମାନେ ଏହାକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି।

Related story