‘ବାଇକ୍ ବୋମା’ରେ ଯବାନଙ୍କୁ ଉଡ଼ାଇବାକୁ ମାଓବାଦୀଙ୍କ ଯୋଜନା

ମାଲକାନଗିରି(ଜିତେନ୍ଦ୍ର ବେଉରା): ବିସ୍ଫୋରଣ କରିବାର ନୂଆ କୌଶଳ ଆରମ୍ଭ କରିଛନ୍ତି ମାଓବାଦୀ। ଲାଲଗଡ଼ରେ ଦେଖିବାକୁ ମିଳିଛି ରକ୍ତମୁଖା ମାଓବାଦୀଙ୍କ ବାଇକ୍‌ ବୋମା। ଯବାନଙ୍କୁ ସିଧାସଳଖ ଟାର୍ଗେଟ୍‌ କରିବା ଲାଗି ମାଓବାଦୀ ଆପଣେଇଛନ୍ତି ଏହି ନୂଆ ରଣ କୌଶଳ। ଜଙ୍ଗଲିଆ ରାସ୍ତାରେ ଚାରି ଚକିଆ ଯାନରେ ଯାତ୍ରା କରିବା ସମୟରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣର ଆଶଙ୍କା ଥିବାରୁ  ଯବାନମାନେ ଏବେ ବାଇକ୍‌ ବ୍ୟବହାର କରୁଛନ୍ତି। ତେଣୁ ବାଇକ୍‌କୁ  କିପରି ବିସ୍ପୋରଣ କରି ଉଡାଇ ହେବ ସେ ନେଇ ମାଓବାଦୀମାନେ […]

malkangiri

Rakesh Mallick
  • Published: Friday, 22 June 2018
  • , Updated: 22 June 2018, 12:42 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ବିସ୍ଫୋରଣ କରିବାର ନୂଆ କୌଶଳ ଆରମ୍ଭ କରିଛନ୍ତି ମାଓବାଦୀ। ଲାଲଗଡ଼ରେ ଦେଖିବାକୁ ମିଳିଛି ରକ୍ତମୁଖା ମାଓବାଦୀଙ୍କ ବାଇକ୍‌ ବୋମା। ଯବାନଙ୍କୁ ସିଧାସଳଖ ଟାର୍ଗେଟ୍‌ କରିବା ଲାଗି ମାଓବାଦୀ ଆପଣେଇଛନ୍ତି ଏହି ନୂଆ ରଣ କୌଶଳ। ଜଙ୍ଗଲିଆ ରାସ୍ତାରେ ଚାରି ଚକିଆ ଯାନରେ ଯାତ୍ରା କରିବା ସମୟରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣର ଆଶଙ୍କା ଥିବାରୁ  ଯବାନମାନେ ଏବେ ବାଇକ୍‌ ବ୍ୟବହାର କରୁଛନ୍ତି। ତେଣୁ ବାଇକ୍‌କୁ  କିପରି ବିସ୍ପୋରଣ କରି ଉଡାଇ ହେବ ସେ ନେଇ ମାଓବାଦୀମାନେ ତିଆରି କରିଛନ୍ତି ସ୍ୱତନ୍ତ୍ର ବୋମା। ଏହାକୁ କୁହାଯାଉଛି ବାଇକ୍‌ ବୋମା।

ଯବାନମାନେ ରାସ୍ତା କଡ଼ରେ ବାଇକ୍ ରଖି ଜଙ୍ଗଲ ମଧ୍ୟକୁ ଅପରେସନ୍‌ ଯିବା ସମୟରେ ସେଥିରେ ବୋମା ସଂଯୋଗ କରିବେ ମାଓବାଦୀ। ପରେ ରିମୋର୍ଟ ନେଇ  ଜଙ୍ଗଲରେ ଲୁଚି ରହିବେ। ଯବାନମାନେ ଅପରେସନ୍‌ରୁ ଫେରି ବାଇକ୍‌କୁ କିକ୍‌ ମାରିବା କ୍ଷଣି ଏହା ବିସ୍ଫୋରଣ ହେବ।

ଛତିଶଗଡ଼ ପୋଲିସ ଦନ୍ତେୱାଡା ଜଙ୍ଗଲରୁ ଅପରେସନ୍‌ ବେଳେ ଉଦ୍ଧାର କରାଯାଇଥିବା ମାଓ ସାମଗ୍ରୀ ମଧ୍ୟରେ ଏଭଳି ବୋମା ରହିଥିଲା।

Related story