ଡୁଡୁକାମାଲ ଏନ୍‌କାଉଣ୍ଟରର ପ୍ରତିଶୋଧ ନେବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ଡୁଡୁକାମାଲ ଏନକାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟଣାରେ ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛନ୍ତି ମାଓବାଦୀ। ଏନେଇ ମାଓବାଦୀଙ୍କ ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି। ବସନ୍ତ ନାମକ ମାଓନେତାଙ୍କ ପକ୍ଷରୁ ଏହି ଅଡିଓ ଟେପ୍ ଜାରି କରାଯାଇଛି। ମୃତ ୨ କ୍ୟାଡରଙ୍କୁ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ଅଡିଓ ଟେପ୍‌ରେ କୁହାଯାଉଛି। ଏହାସହ ପୋଲିସ ନିରୀହ ଆଦିବାସୀଙ୍କ ପ୍ରତି ଅତ୍ୟାଚାର କରୁଥିବା ଅଭିଯୋଗ କରିଛି। ସୂଚନାଯୋଗ୍ୟ, ଗତ ମେ’ ୧୨ […]

mao

Rakesh Mallick
  • Published: Tuesday, 29 May 2018
  • , Updated: 29 May 2018, 11:19 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ଡୁଡୁକାମାଲ ଏନକାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟଣାରେ ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛନ୍ତି ମାଓବାଦୀ। ଏନେଇ ମାଓବାଦୀଙ୍କ ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି। ବସନ୍ତ ନାମକ ମାଓନେତାଙ୍କ ପକ୍ଷରୁ ଏହି ଅଡିଓ ଟେପ୍ ଜାରି କରାଯାଇଛି।

ମୃତ ୨ କ୍ୟାଡରଙ୍କୁ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ଅଡିଓ ଟେପ୍‌ରେ କୁହାଯାଉଛି। ଏହାସହ ପୋଲିସ ନିରୀହ ଆଦିବାସୀଙ୍କ ପ୍ରତି ଅତ୍ୟାଚାର କରୁଥିବା ଅଭିଯୋଗ କରିଛି।

ସୂଚନାଯୋଗ୍ୟ, ଗତ ମେ’ ୧୨ ତାରିଖରେ ବଲାଙ୍ଗିର ବେଲପଡ଼ା ଥାନା ଅନ୍ତର୍ଗତ ଡୁଡୁକାମାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଏନ୍‌କାଉଣ୍ଟରରେ ୨ଜଣ ମାଓବାଦୀ ନିହତ ହୋଇଥିଲେ। ସେମାନେ ହେଲେ ଡିଭିଜିନାଲ କମିଟି ମେମ୍ବର ସଞ୍ଜୀବ ଓ ଏରିଆ କମିଟି ମେମ୍ବର ରାକେଶ। ସଞ୍ଜୀବ ନାଁରେ ୫ ଲକ୍ଷ ଓ ରାକେଶ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ସେମାନଙ୍କଠାରୁ ଗୋଟିଏ AK-47 ଓ ଗୋଟିଏ ଇନସାନ୍ ରାଇଫଲ୍ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ଉଭୟେ ବଲାଙ୍ଗିର-ବରଗଡ଼-ମହସମୂହ ବିବିଏମ୍‌ ଡିଭିଜନ୍‌ର ବଲାଙ୍ଗିର ପ୍ଲାଟୁନର ନେତୃତ୍ୱ ନେଉଥିଲେ।

ଅଧିକ ପଢ଼ନ୍ତୁ- ୨୪ ଘଣ୍ଟାରେ ଟଳିଲେ ୪ ମାଓବାଦୀ

Related story