ମୁଣ୍ଡ ଉପରେ ଥିଲା ୫ ଲକ୍ଷର ପୁରସ୍କାର, ହେଲେ କରିଦେଲେ ଆତ୍ମସମର୍ପଣ

କଳାହାଣ୍ଡି(ରାଜକୁମାର ସିଂ ଦେଓ): ହାର୍ଡକୋର ମାଓମାଦୀ ତାଲିକାରେ ନାଁ ଥିଲା। ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର। ଯେକେହି ଏହି ମାଓମାଦିଙ୍କୁ ଧରାଇ ଦେଇଥିଲେ ମିଳିଥାନ୍ତା ଏହି ଅର୍ଥ। ହେଲେ ସେ ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଉକ୍ତ ହାର୍ଡକୋର ମାଓବାଦୀ ଜଣକ ଲକ୍ଷ୍ମଣ ସେଣ୍ଡୁ ଓରଫ୍ ଲାଲସୁର। କଳାହାଣ୍ଡି ଏସପି ଶ୍ରବଣ ବିବେକ ଓ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତଙ୍କ ଉପସ୍ଥିତିରେ ସେ ଆତ୍ମସମର୍ପଣ କରିଛନ୍ତି। ସେ ପ୍ରାୟ ୧୫ ବର୍ଷରୁ […]

Maoist

  • Published: Sunday, 01 May 2022
  • , Updated: 01 May 2022, 05:19 PM IST

କଳାହାଣ୍ଡି(ରାଜକୁମାର ସିଂ ଦେଓ): ହାର୍ଡକୋର ମାଓମାଦୀ ତାଲିକାରେ ନାଁ ଥିଲା। ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର। ଯେକେହି ଏହି ମାଓମାଦିଙ୍କୁ ଧରାଇ ଦେଇଥିଲେ ମିଳିଥାନ୍ତା ଏହି ଅର୍ଥ। ହେଲେ ସେ ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଉକ୍ତ ହାର୍ଡକୋର ମାଓବାଦୀ ଜଣକ ଲକ୍ଷ୍ମଣ ସେଣ୍ଡୁ ଓରଫ୍ ଲାଲସୁର। କଳାହାଣ୍ଡି ଏସପି ଶ୍ରବଣ ବିବେକ ଓ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତଙ୍କ ଉପସ୍ଥିତିରେ ସେ ଆତ୍ମସମର୍ପଣ କରିଛନ୍ତି। ସେ ପ୍ରାୟ ୧୫ ବର୍ଷରୁ ଅଧିକ ଦିନ ହେବ ମାଓ ସଂଗଠନ ସହ ଜଡ଼ିତ ଥିଲେ। ବଂଶଧାରା ଘୁମୁସର ନାଗାବଳୀ ମାଓ ଡିଭିଜନର ଏରିଆ କମାଣ୍ଡର ଭାବେ ଅଞ୍ଚଳରେ ଭୟ ବିସ୍ତାର କରି ରଖିଥିଲେ। ୨୦୧୬ ମନସ୍କା ଗୁଳିକାଣ୍ଡ ଓ ବାରଙ୍ଗପଦର ଗୁଳିକାଣ୍ଡରେ ତାଙ୍କର ସଂପୃକ୍ତ ଥିଲା।

ସେ ୨୦୦୯ ମସିହାରେ ନିଷିଦ୍ଧ (ସିପିଆଇ) ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ପ୍ରାୟ ଏକ ବର୍ଷ ଧରି ଛତିଶଗଡର ଗାଙ୍ଗଲୋର ଡାଲାମରେ ରହିବା ପରେ ୨୦୧୧  ମସିହାରେ ଓଡିଶାର ନିୟମଗିରିକୁ ଆସିଥିଲେ। ସେବେଠାରୁ ସେ ଓଡ଼ିଶାରେ ବିଦ୍ରୋହୀ ଭାବରେ କାର୍ଯ୍ୟ କରୁଥିଲେ। ୨୦୧୪ରେ କର୍ଲାପାଟରେ ଏରିଆ କମିଟି ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ। ପରେ ତାଙ୍କୁ ମାଓ ସଂଗଠନ ଏସିଏସ୍ (ଏରିଆ କମିଟି ସଚିବ) ପଦୋନ୍ନତି ଦେଇଥିଲା। ସେ ଏସ୍ଏଲ୍ଆର ବନ୍ଧୁକ ଧରି ମାଓବାଦୀ ସଂଗଠନ କାମରେ ଲାଗି ଯାଇଥିଲେ।

ହେଲେ ହଠାତ ତାଙ୍କ ମାନସିକତା ବଦଳି ଯାଇଥିଲା। ପୁଲିସର କାର୍ଯ୍ୟରେ ସେ ଅନୁପ୍ରାଣିତ ହୋଇଥିଲେ। କିଛି ଦିନ ତଳେ ଆତ୍ମସମର୍ପଣ କରି ଥିବା ଦୁଇଜଣ ମାଓ କ୍ୟାଡ଼ର ରାମଦାସ ଏବଂ କଲାମ ଦେଇ ପୁଲିସର ସହଯୋଗ କ୍ରମେ ବିବାହ କରିଥିଲେ। ଯାହାକୁ ଦେଖି ସେ ମାଓବାଦୀ ହିଂସା ଛାଡ଼ି ଏକ ସାଦାସିଧା ଜୀବନଯାପନ ନିମନ୍ତେ ଆତ୍ମସମର୍ପଣ କରିବାକୁ ସ୍ଥିର କଲେ। ଯାହାକୁ ସେ ସଫଳ କରି ଦେଖାଇଛନ୍ତି। ସୂଚନାଯୋଗ୍ୟ, ସରକାରଙ୍କ ଉତ୍ତମ ମାଓ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଯୋଗୁଁ  ଅନେକ ମାଓବାଦୀ ଏବେ ହିଂସା ପଥକୁ ଛାଡି ସାଧାରଣ ଜୀବନକୁ ଫେରିଛନ୍ତି। ଏପରିକି ଯେଉଁମାନେ ପଡୋଶୀ ଛତିଶଗଡର ମୂଳ ମାଓବାଦୀ ସଦସ୍ୟ ସେମାନେ ମଧ୍ୟ ଓଡ଼ିଶା ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ଯାହା ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରୁଛି।

Related story