ବିସ୍ଫୋରଣ କରି ପଞ୍ଚାୟତ ଅଫିସ୍‌ ଉଡ଼ାଇଲେ ନକ୍ସଲ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ଲଙ୍କାକାଣ୍ଡ ଘଟାଇଛନ୍ତି ନକ୍ସଲ। ମାଥିଲି ଥାନା ଅନ୍ତର୍ଗତ ଟେମୁରୁପାଲି ପଞ୍ଚାୟତ ଅଫିସ୍‌କୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୩୦ରୁ ୪୦ ଜଣ ନକ୍ସଲ ଆସି ପଞ୍ଚାୟତ ଅଫିସ୍‌ରେ ବିସ୍ଫୋରଣ ଘଟାଇଥିଲା। ବିସ୍ଫୋରଣ ଯୋଗୁ ଅଫିସ୍‌ର ଉଭୟ ବାହାର ଓ ଭିତର କାନ୍ଥ ଭୁଶୁଡ଼ି ପଡ଼ିଛି। ପିଲାରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅଫିସ୍‌ ଭିତରେ […]

mao....................

Tapaswini Nayak
  • Published: Saturday, 18 May 2019
  • , Updated: 18 May 2019, 11:12 AM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ଲଙ୍କାକାଣ୍ଡ ଘଟାଇଛନ୍ତି ନକ୍ସଲ। ମାଥିଲି ଥାନା ଅନ୍ତର୍ଗତ ଟେମୁରୁପାଲି ପଞ୍ଚାୟତ ଅଫିସ୍‌କୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୩୦ରୁ ୪୦ ଜଣ ନକ୍ସଲ ଆସି ପଞ୍ଚାୟତ ଅଫିସ୍‌ରେ ବିସ୍ଫୋରଣ ଘଟାଇଥିଲା। ବିସ୍ଫୋରଣ ଯୋଗୁ ଅଫିସ୍‌ର ଉଭୟ ବାହାର ଓ ଭିତର କାନ୍ଥ ଭୁଶୁଡ଼ି ପଡ଼ିଛି।

ପିଲାରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅଫିସ୍‌ ଭିତରେ ଥିବା ସବୁ ଜିନିଷପତ୍ର ନଷ୍ଟ ହୋଇଯାଇଛି। ବିସ୍ଫୋରଣ କରିବା ପରେ ନକ୍ସଲମାନେ ସେଠାରେ ବିଭିନ୍ନ ଆସବାପତ୍ରରେ ନିଆଁ ଲଗାଇ ଦେଇଥିଲେ। ଏଣୁ ବୁହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

ଘଟଣାସ୍ଥଳରେ ନକ୍ସଲମାନେ କିଛି ପୋଷ୍ଟର ମଧ୍ୟ ମାରିଥିଲେ। ଏକ ହାତ ଲେଖା ପୋଷ୍ଟରରୁ ଜଣାପଡ଼ିଛି ଯେ, ଏହା ନକ୍ସଲଙ୍କ ଦରଭା ଡିଭିଜନ୍ କମିଟିର କାମ। ପୋଷ୍ଟରରେ ସେମାନେ ପୁଲିସ୍ ଇନ୍‌ଫର୍ମର ନ ହେବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ତା’ ସହିତ ଜନ ବିରୋଧୀ ନ ହେବାକୁ ମଧ୍ୟ କହିଛନ୍ତି। ଆତ୍ମସମର୍ପଣ ବା ବେଇମାନି କରି ନୁହେଁ, ଆତ୍ମସମ୍ମାନର ସହିତ ଜୀବନ ଜିଇଁବାକୁ ସେମାନେ ଏଥିରେ ଉଲ୍ଲେଖ କରିଛନ୍ତି।

ଘଟଣାସ୍ଥଳରେ ବିଏସ୍‌ଏଫ୍ ଯବାନ ପହଞ୍ଚିଛନ୍ତି। ସେମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରୁଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଜିଲ୍ଲାର ଗୋଇଙ୍ଗିପାଲି ଘାଟିରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ବିଏସ୍ଏଫ୍ ଯବାନ ଆହତ ହୋଇଥିଲେ।

Related story