ଲାଲ୍‌ବାହିନୀର ବର୍ବର କାଣ୍ଡ; ଇନଫର୍ମର ସନ୍ଦେହରେ ମୁଣ୍ଡ ଗଡ଼ାଇଲେ

ଚିତ୍ରକୋଣ୍ଡା: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ବର୍ବର କାଣ୍ଡ ଘଟାଇଛନ୍ତି ଲାଲବାହିନୀ । ଯୋଡ଼ାମ୍ବ ଥାନା ଖଜୁରୀଗୁଡ଼ାରେ  ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ଗଳା କାଟି ହତ୍ୟା କରିଛି ଲାଲ୍ ବାହିନୀ।  ଏହାବ୍ୟତୀତ ଆଉ ୨ ଗ୍ରାମବାସୀଙ୍କୁ ନିର୍ଧୂମ ମାଡ଼ମାରି ଗୁରୁତର ଅବସ୍ଥାରେ  ଛାଡ଼ିଦେଇଥିବା ସୂଚନା ମିଳିଛି । ପୁଲିସ୍‌ ଇନଫର୍ମର ସନ୍ଦେହରେ ନକ୍ସଲ  ଏପରି କରିଥିବା ସନ୍ଦେହ କରାଯାଉଛି । ଅପରପକ୍ଷେ ବିଏସ୍‌ଫ୍ ଯବାନଙ୍କୁ ଟାର୍ଗେଟ କରି  ସ୍ୱାଭିମାନ ଅଞ୍ଚଳରେ ଟିଫିନରେ ପୋତା ଯାଇଥିବା  ୭ଟି IEDକୁ ଗତକାଲି […]

naxal

Niharika Rout
  • Published: Wednesday, 21 October 2020
  • , Updated: 21 October 2020, 08:22 AM IST

ଚିତ୍ରକୋଣ୍ଡା: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ବର୍ବର କାଣ୍ଡ ଘଟାଇଛନ୍ତି ଲାଲବାହିନୀ । ଯୋଡ଼ାମ୍ବ ଥାନା ଖଜୁରୀଗୁଡ଼ାରେ  ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ଗଳା କାଟି ହତ୍ୟା କରିଛି ଲାଲ୍ ବାହିନୀ।  ଏହାବ୍ୟତୀତ ଆଉ ୨ ଗ୍ରାମବାସୀଙ୍କୁ ନିର୍ଧୂମ ମାଡ଼ମାରି ଗୁରୁତର ଅବସ୍ଥାରେ  ଛାଡ଼ିଦେଇଥିବା ସୂଚନା ମିଳିଛି । ପୁଲିସ୍‌ ଇନଫର୍ମର ସନ୍ଦେହରେ ନକ୍ସଲ  ଏପରି କରିଥିବା ସନ୍ଦେହ କରାଯାଉଛି ।

ଅପରପକ୍ଷେ ବିଏସ୍‌ଫ୍ ଯବାନଙ୍କୁ ଟାର୍ଗେଟ କରି  ସ୍ୱାଭିମାନ ଅଞ୍ଚଳରେ ଟିଫିନରେ ପୋତା ଯାଇଥିବା  ୭ଟି IEDକୁ ଗତକାଲି ବିଏସ୍ଏଫ ଯବାନ  ଜବତ କରିଥିଲେ।  ଏହାପରେ ସଙ୍ଗେସଙ୍ଗେ ତାହାକୁ ନିଷ୍କ୍ରିୟ କରିଦେଇଥିଲେ। । ଫଳରେ ଗତକାଲି ମାଓବାଦୀଙ୍କ ଏକ ବଡ଼ ଆକ୍ରମଣ ଯୋଜନାକୁ  ପଣ୍ଡ କରିବାରେ ସଫଳ ହୋଇଥିଲେ ବିଏସ୍‌ଫ୍ ଯବାନ।

Related story