ଜେଏମ୍‌ଏମ୍‌ରେ ଯୋଗଦେଲେ ମାରିକ୍‌, ଗୋଡ୍ଡା ବିଧାନସଭା ଆସନରୁ ଲଢିପାରନ୍ତି

ଭୁବନେଶ୍ୱର: ପ୍ରଶାସନିକ ପଦବୀରୁ ଅବସର ନେବା ପରେ ସୋମବାର ରାଜନୀତିରେ ପ୍ରବେଶ କରିଛନ୍ତି ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ୍। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌, ହେମନ୍ତ ସୋରେନ୍‌ ଓ ଦଳର ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଆଜି ବିଧିବଦ୍ଧ ଭାବେ ମାରିକ ଝାରଖଣ୍ଡ ମୁକ୍ତିମୋର୍ଚ୍ଚାରେ ଯୋଗ ଦେଇଛନ୍ତି। ସଞ୍ଜୀବ ମାରିକ୍‌ଙ୍କ ବାପା ୧୯୫୭ରେ ଏବେକାର ଝାଡଖଣ୍ଡରେ ଥିବା ଗୋଡ୍ଡା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ଏବେ ଏହି ଆସନରେ ହେବାକୁ ଥିବା ଉପନିର୍ବାଚନରେ […]

sanjib-marik

Rakesh Mallick
  • Published: Monday, 18 April 2016
  • , Updated: 18 April 2016, 04:50 PM IST

ଭୁବନେଶ୍ୱର: ପ୍ରଶାସନିକ ପଦବୀରୁ ଅବସର ନେବା ପରେ ସୋମବାର ରାଜନୀତିରେ ପ୍ରବେଶ କରିଛନ୍ତି ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ୍। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌, ହେମନ୍ତ ସୋରେନ୍‌ ଓ ଦଳର ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଆଜି ବିଧିବଦ୍ଧ ଭାବେ ମାରିକ ଝାରଖଣ୍ଡ ମୁକ୍ତିମୋର୍ଚ୍ଚାରେ ଯୋଗ ଦେଇଛନ୍ତି।

ସଞ୍ଜୀବ ମାରିକ୍‌ଙ୍କ ବାପା ୧୯୫୭ରେ ଏବେକାର ଝାଡଖଣ୍ଡରେ ଥିବା ଗୋଡ୍ଡା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ଏବେ ଏହି ଆସନରେ ହେବାକୁ ଥିବା ଉପନିର୍ବାଚନରେ ମାରିକ୍‌ ପ୍ରାର୍ଥୀ ହୋଇପାରନ୍ତି। କିନ୍ତୁ କୌଣସି ସର୍ତ୍ତ ରଖି ଦଳରେ ଯୋଗ ଦେଇ ଦେଇ ନାହାନ୍ତି ବୋଲି ଓଟିଭିକୁ କହିଛନ୍ତି ମାରିକ୍‌। ସେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ପଦବୀରୁ ଗତ ଡିସେମ୍ବର ମାସରେ ଅବସର ନେଇଥିଲେ। ଡି-ବଦ୍ରର୍ସଙ୍କ ସହ ସମ୍ପର୍କ ଅଭିଯୋଗ ନେଇ ସେ ବିବାଦୀୟ ହୋଇପଡିଥିଲେ।

Related story