ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ: ଫସଲ ପୋକ ଖାଇଯିବାରୁ ଦୁଇ ଚାଷୀ ପିଇଲେ ବିଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଚାଷୀ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ। ମରୁଡ଼ି ଓ ଚକଡ଼ା କ୍ଷତି ପାଇଁ ବଲାଙ୍ଗିର ସଦର ବ୍ଲକ ସେମିଲିଆ ଗାଁରେ ଚାଷୀ ରାଧାକାନ୍ତ ସୁନା ବିଷ ପିଇଥିବା ଅଭିଯୋଗ ହୋଇଛି। ସେ ୪ ଏକର ଜମିରେ ଧାନ  ଚାଷ କରିଥିଲେ ଅଢେଇ ଏକର ଫସଲ ପୋକ ଖାଇଦେଇଥିବାବେଳେ ବାକି ଫସଲ ମରୁଡି ଯୋଗୁ ନଷ୍ଟ ହୋଇଥିଲା। ଋଣ ଭାର ସହିନପାରି ସେ ବିଷ ପିଇଥିବା ପରିବାର ଲୋକେ କହିଛନ୍ତି। ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ […]

farmer

Rakesh Mallick
  • Published: Monday, 13 November 2017
  • , Updated: 13 November 2017, 06:29 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଚାଷୀ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ। ମରୁଡ଼ି ଓ ଚକଡ଼ା କ୍ଷତି ପାଇଁ ବଲାଙ୍ଗିର ସଦର ବ୍ଲକ ସେମିଲିଆ ଗାଁରେ ଚାଷୀ ରାଧାକାନ୍ତ ସୁନା ବିଷ ପିଇଥିବା ଅଭିଯୋଗ ହୋଇଛି। ସେ ୪ ଏକର ଜମିରେ ଧାନ  ଚାଷ କରିଥିଲେ ଅଢେଇ ଏକର ଫସଲ ପୋକ ଖାଇଦେଇଥିବାବେଳେ ବାକି ଫସଲ ମରୁଡି ଯୋଗୁ ନଷ୍ଟ ହୋଇଥିଲା। ଋଣ ଭାର ସହିନପାରି ସେ ବିଷ ପିଇଥିବା ପରିବାର ଲୋକେ କହିଛନ୍ତି। ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେପଟେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ପିଙ୍ଗୁ ଗାଁରେ ମଧ୍ୟ ଚାଷୀ ଆତ୍ମହତ୍ୟା ଅଭିଯୋଗ। ମହେଶ୍ୱର ନାଏକ ନାମକ ଜଣେ ଚାଷୀ ତାଙ୍କ ଜମିକୁ ଯାଇଥିଲେ ତେବେ ମାଟିଆ ଗୁଣ୍ଡି ପୋକ ତାଙ୍କ ଫସଲକୁ ନଷ୍ଟ କରିଦେଇଥିବା ଦେଖି ମର୍ମାହତ ହୋଇପଡିଥିଲେ। ଫଳରେ ଜମିରେ ହିଁ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହାପରେ ପରିବାର ଲୋକେ ତାଙ୍କୁ ଉଦଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ସେ ପ୍ରାୟ ୫ ଏକର ଜମିରେ ଚାଷ କରିଥିଲେ।

Related story