କାଲି ଜନ୍ମମାଟିକୁ ଫେରିବ ସହିଦ୍‌ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲଓ୍ୱାମାରେ ଆଇଇଡି ବ୍ଲାଷ୍ଟରେ ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ ମରଶରୀର ଆସିବାର ଥିଲା। ମାତ୍ର ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଆଜି ସହିଦଙ୍କ ମରଶରୀର ଜନ୍ମମାଟିକୁ ଆସିପାରିଲା ନାହିଁ। ଆସନ୍ତାକାଲି ତାଙ୍କ ମରଶରୀର ଓଡ଼ିଶା ଆସିବ। ଏବେ ସହିଦ ଯବାନଙ୍କ ମରଶରୀର ପାଟନାରେ ଅଛି। ଏନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶଶାଙ୍କ ମିଶ୍ର। ସେପଟେ ଯବାନ ଅଜିତ ସାହୁଙ୍କ ପରିବାର ପାଇଁ ୨୫ ଲକ୍ଷ ସହାୟତା ଘୋଷଣା କରିଛନ୍ତି […]

77777777777000000000000-750x430

Manoranjan Sial
  • Published: Wednesday, 19 June 2019
  • , Updated: 20 June 2019, 07:55 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲଓ୍ୱାମାରେ ଆଇଇଡି ବ୍ଲାଷ୍ଟରେ ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ ମରଶରୀର ଆସିବାର ଥିଲା। ମାତ୍ର ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଆଜି ସହିଦଙ୍କ ମରଶରୀର ଜନ୍ମମାଟିକୁ ଆସିପାରିଲା ନାହିଁ। ଆସନ୍ତାକାଲି ତାଙ୍କ ମରଶରୀର ଓଡ଼ିଶା ଆସିବ। ଏବେ ସହିଦ ଯବାନଙ୍କ ମରଶରୀର ପାଟନାରେ ଅଛି। ଏନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶଶାଙ୍କ ମିଶ୍ର। ସେପଟେ ଯବାନ ଅଜିତ ସାହୁଙ୍କ ପରିବାର ପାଇଁ ୨୫ ଲକ୍ଷ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୦୧୫ ମସିହାରେ ଅଜିତ ସେନାରେ ସାମିଲ ହୋଇଥିଲେ। କିଛି ଦିନ ତଳେ ତାଙ୍କୁ ଜମ୍ମୁ ଓ କଶ୍ମୀରକୁ ବଦଳି କରାଯାଇଥିଲା। ଦୁଇଦିନ ତଳେ ସନ୍ଧ୍ୟା ବେଳେ ଅଜିତ ସାହୁ ଅନ୍ୟ ଯବାନଙ୍କ ସହ ଭ୍ୟାନରେ ଯାଉଥିବା ବେଳେ ପୁଲୱାମାଠାରେ ସେମାନଙ୍କ କନଭୟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ଅଜିତ ସାହୁଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସେ ଆଖି ବୁଜିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଜନ୍ମମାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ବଡ଼ସୁଆଳ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସହିଦ୍ ଅଜିତ ସାହୁଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

Related story