ମରୁଡି ଅନୁଧ୍ୟାନ ଲାଗି ଆସିଥିବା କେନ୍ଦ୍ରୀୟ ଟିମକୁ ଠିକ ତଥ୍ୟ ଦେଇ ନାହାନ୍ତି ରାଜ୍ୟ ସରକାର: ଜୁଏଲ

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ଓ ମରୁଡିକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି। ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ପଠାଇଥିବା ଟିମକୁ ରାଜ୍ୟ ସରକାର ସଠିକ ତଥ୍ୟ ଦେଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଏପଟେ ଆତ୍ମହତ୍ୟା କରିଥିବା ଚାଷୀ ପରିବାରଙ୍କୁ ଭେଟିଛନ୍ତି ଉଭୟ ପିସିସି ଓ ବିଜେଡି ଟିମ୍। ଯାଜପୁର ଧର୍ମଶାଳା କ୍ଷେତ୍ରପାଳ ଗାଁରେ ରାଜ୍ୟ କଂଗ୍ରେସର ଟିମ୍। ଚାଷ ନଷ୍ଟ ସହ ଋଣଭାର ଯୋଗୁ […]

jual

Rakesh Mallick
  • Published: Sunday, 25 October 2015
  • , Updated: 25 October 2015, 03:10 PM IST

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ଓ ମରୁଡିକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି। ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ପଠାଇଥିବା ଟିମକୁ ରାଜ୍ୟ ସରକାର ସଠିକ ତଥ୍ୟ ଦେଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଏପଟେ ଆତ୍ମହତ୍ୟା କରିଥିବା ଚାଷୀ ପରିବାରଙ୍କୁ ଭେଟିଛନ୍ତି ଉଭୟ ପିସିସି ଓ ବିଜେଡି ଟିମ୍।

ଯାଜପୁର ଧର୍ମଶାଳା କ୍ଷେତ୍ରପାଳ ଗାଁରେ ରାଜ୍ୟ କଂଗ୍ରେସର ଟିମ୍। ଚାଷ ନଷ୍ଟ ସହ ଋଣଭାର ଯୋଗୁ ଆତ୍ମହତ୍ୟା କରିଥିବା ଦେବେନ୍ଦ୍ର ମହାପାତ୍ରଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଦଳର ଅନ୍ୟ ବରିଷ୍ଠ ନେତା। ଚାଷ ପାଇଁ ଦେବେନ୍ଦ୍ର, ଲକ୍ଷେ ୪୦ ହଜାର ଟଙ୍କ। ଋଣ କରିଥିବା ପରିବାର ଲୋକେ ଜଣାଇଥିଲେ। ରାଜ୍ୟରେ ବଢି ଚାଲିଥିବା ଚାଷୀ ଆତ୍ମହତ୍ୟା ଘଟଣା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ପିସିସି ସଭାପତି ହରିଚନ୍ଦନ । ଏପଟେ କଂଗ୍ରେସ ଟିମ ଯିବାର କିଛି ସମୟରେ ପରେ ଗାଁରେ ପହଞ୍ଚିଥିଲେ ଥିଲେ ବିଜେଡି ମୁଖପାତ୍ର ଅମର ଶତପଥୀଙ୍କ ସହ ଧର୍ମାଶାଳା ବିଧାୟକ ଓ ଅନ୍ୟ ନେତାମାନେ। ଦେବେନ୍ଦ୍ର ଚାଷରେ କ୍ଷତି ଯୋଗୁ ଆତ୍ମହତ୍ୟା କରିନାହାନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଅମର ଶତପଥୀ।

ତିନି ସପ୍ତାହ ମଧ୍ୟରେ ରାଜ୍ୟରେ ୨୩ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାସହ ମୁରୁଡି ସ୍ଥିତି ଆକଳନ ଓ କେନ୍ଦ୍ର ସରକାରଙ୍କ ପାଖରେ ସ୍ୱତନ୍ତ୍ର ପ୍ୟାକେଜ ଦାବିକୁ ନେଇ ବି ତୁ ତୁ ମେ ମେ ଲାଗି ରହିଛି।

Related story