ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ: ମାନବାଧିକାର କମିଶନଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ୱର: ମରୁଡି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ୧୦ ଜଣିଆ ପ୍ରତିନିଧି ଦଳ ବୁଧବାର ମାନବାଧିକାର କମିଶନଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ଆତ୍ମହତ୍ୟା କରିଥିବା ଚାଷୀ ପରିବାରଙ୍କୁ କ୍ଷତିପୂରଣ ବାବଦରେ ୧୦ ଲକ୍ଷ ଟଙ୍କା ପ୍ରଦାନ, ମରୁଡି ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା, କ୍ଷତିଗ୍ରସ୍ତଙ୍କୁ ଋଣଛାଡ ଓ ଘଟଣାରେ କମିଶନ ନିଜେ ହସ୍ତକ୍ଷେପ କରିବାକୁ କଂଗ୍ରେସ ସ୍ମାରକପତ୍ରରେ ଉଲ୍ଲେଖ ରହିଛି ବୋଲି […]

prasad

Rakesh Mallick
  • Published: Wednesday, 28 October 2015
  • , Updated: 28 October 2015, 02:28 PM IST

ଭୁବନେଶ୍ୱର: ମରୁଡି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ୧୦ ଜଣିଆ ପ୍ରତିନିଧି ଦଳ ବୁଧବାର ମାନବାଧିକାର କମିଶନଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ଆତ୍ମହତ୍ୟା କରିଥିବା ଚାଷୀ ପରିବାରଙ୍କୁ କ୍ଷତିପୂରଣ ବାବଦରେ ୧୦ ଲକ୍ଷ ଟଙ୍କା ପ୍ରଦାନ, ମରୁଡି ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା, କ୍ଷତିଗ୍ରସ୍ତଙ୍କୁ ଋଣଛାଡ ଓ ଘଟଣାରେ କମିଶନ ନିଜେ ହସ୍ତକ୍ଷେପ କରିବାକୁ କଂଗ୍ରେସ ସ୍ମାରକପତ୍ରରେ ଉଲ୍ଲେଖ ରହିଛି ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ।

ଅନ୍ୟପକ୍ଷରେ ରାଜ୍ୟରେ କୃଷକ ଆତ୍ମହତ୍ୟା ଘଟଣାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ଦାୟର ହୋଇଛି। ଚାଷୀଙ୍କ ଆତ୍ମହତ୍ୟାର କାରଣ ସମ୍ପର୍କରେ ତଦନ୍ତ କରିବା ସହ ସେମାନଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୁରଣ ଦେବାକୁ ଏହି ମାମଲା ଦାୟର କରାଯାଇଛି। ଗତ ୨୦୧୦ ମସିହାରେ ପ୍ରାୟ ୫୦ ଜଣ ଚାଷୀଙ୍କ ଆତ୍ମହତ୍ୟା ପରେ ସରକାର କୃଷକ କମିଶନ ଗଠନ କରିଥିଲେ। ୨୦୧୨ ମସିହାରେ କମିଶନ୍ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରାଯାଇଥିଲେ ଏଭଳି ଘଟଣାର ପୂନରାବୃତ୍ତି ହୋଇନଥାନ୍ତା ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀ ନିଶିକାନ୍ତ ମଶ୍ରଙ୍କ ପକ୍ଷରୁ ଦାୟର ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ କୃଷି ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି।

Related story