ମରୁଡ଼ି ନେଇ ସରକାର ଶ୍ୱେତପତ୍ର ଜାରି ନ କଲେ ହେବ ଆନ୍ଦୋଳନ: ରାଜ୍ୟ କିଷାନ କ୍ଷେତ୍ ମଜଦୁର୍ ସଂଘ

ବରଗଡ଼:  ବର୍ଷା ନାହିଁ। ତେଣୁ ଚଳିତ ବର୍ଷ ମରୁଡ଼ି ଅବଶ୍ୟମ୍ଭାବୀ। କିନ୍ତୁ ନିରବ ବସିଛନ୍ତି ସରକାର। ସାତ ଦିନ ମଧ୍ୟରେ ସରକାର ମରୁଡ଼ି ନେଇ ଶ୍ୱେତପତ୍ର ପ୍ରକାଶ ନକଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଛି ରାଜ୍ୟ କିଷାନ କ୍ଷେତ୍ ମଜଦୁର କଂଗ୍ରେସ। ବରଗଡ଼ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସଂଗଠନର ସଭାପତି ଅମୀୟ ପଟ୍ଟନାୟକ। ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି, ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି […]

baragada

baragada

Rakesh Mallick
  • Published: Monday, 24 August 2015
  • Updated: 24 August 2015, 12:34 PM IST

Sports

Latest News

ବରଗଡ଼:  ବର୍ଷା ନାହିଁ। ତେଣୁ ଚଳିତ ବର୍ଷ ମରୁଡ଼ି ଅବଶ୍ୟମ୍ଭାବୀ। କିନ୍ତୁ ନିରବ ବସିଛନ୍ତି ସରକାର। ସାତ ଦିନ ମଧ୍ୟରେ ସରକାର ମରୁଡ଼ି ନେଇ ଶ୍ୱେତପତ୍ର ପ୍ରକାଶ ନକଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଛି ରାଜ୍ୟ କିଷାନ କ୍ଷେତ୍ ମଜଦୁର କଂଗ୍ରେସ। ବରଗଡ଼ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସଂଗଠନର ସଭାପତି ଅମୀୟ ପଟ୍ଟନାୟକ।

ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି, ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଦେଖାଯାଇଥିବା ବେଳେ ସରକାର କେବଳ ପ୍ୟାକେଜ୍ ଘୋଷଣା କରି ଦେଉଛନ୍ତି। ପୁଣି ଏହି ସବୁ ପ୍ୟାକେଜ୍ କେବଳ କାଗଜପତ୍ରରେ ସୀମିତ ରହିଛି। ତେଣୁ ସରକାର ଶ୍ୱେତପତ୍ର ମାଧ୍ୟମରେ ମରୁଡ଼ିର ପ୍ରତିକାର ଓ ମରୁଡ଼ି ଅଞ୍ଚଳ ଘୋଷଣା କରନ୍ତୁ।

ସେ ଆହୁରି ମଧ୍ୟ କହିଛନ୍ତି, ଗଭୀର ନଳକୂପ ଖୋଳାଯିବା, ରିହାତ ମୂଲ୍ୟରେ ପମ୍ପସେଟ୍ ଦିଆଯିବା ନେଇ ସରକାରଙ୍କ ଘୋଷଣା କେବଳ ଧୂଆଁବାଣ।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅନନ୍ତ ସୟନ ପାଢ଼ୀ, ଜିଲ୍ଲା କିଷାନ କ୍ଷେତ୍ ମଜଦୁର ସଂଘ ସଭାପତି ଜୟାସାଗର ମେଣ୍ଡଳି, ପୂର୍ବତନ ବିଧାୟକ ସାଧୁ ନେପାକ ଓ ନିହାର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos