ମରୁଡି ନେଇ କେନ୍ଦ୍ରୀୟ ଟିମର ପରାମର୍ଶ ଓ ସୁପାରିଶକୁ ନେଇ କେନ୍ଦ୍ର ଓ ରାଜ୍ୟ ମୁହାଁମୁହିଁ

ଭୁବନେଶ୍ୱର: ମରୁଡି ସ୍ଥିତି ନେଇ କେନ୍ଦ୍ରୀୟ ଟିମ ଦେଇଥିବା ପରାମର୍ଶ ଓ ସୁପାରିଶକୁ ନେଇ ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ହୋଇଛନ୍ତି। ଏହାକୁ ଜୋର ଧରିଛି କେନ୍ଦ୍ର ଓ ରାଜ୍ୟ ଭିତରେ ପୁଣି ତୁ ତୁ ମେଁ ମେଁ ରାଜନୀତି। ତେବେ ଏଥିରେ କିଛି ନୂଆକଥା ନାହିଁ ବୋଲି ବିଜେଡି କହିଛି। ଏହା କେବଳ ଏକ ରାଜନୈତିକ ଚାଲ ରହିଛି ବୋଲି ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ମରୁଡି ପାଇଁ କେନ୍ଦ୍ରୀୟ ସହାୟତା କୁଆଡେ ଗଲା […]

juel-pratap

Rakesh Mallick
  • Published: Wednesday, 11 November 2015
  • , Updated: 11 November 2015, 03:16 PM IST

ଭୁବନେଶ୍ୱର: ମରୁଡି ସ୍ଥିତି ନେଇ କେନ୍ଦ୍ରୀୟ ଟିମ ଦେଇଥିବା ପରାମର୍ଶ ଓ ସୁପାରିଶକୁ ନେଇ ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ହୋଇଛନ୍ତି। ଏହାକୁ ଜୋର ଧରିଛି କେନ୍ଦ୍ର ଓ ରାଜ୍ୟ ଭିତରେ ପୁଣି ତୁ ତୁ ମେଁ ମେଁ ରାଜନୀତି। ତେବେ ଏଥିରେ କିଛି ନୂଆକଥା ନାହିଁ ବୋଲି ବିଜେଡି କହିଛି। ଏହା କେବଳ ଏକ ରାଜନୈତିକ ଚାଲ ରହିଛି ବୋଲି ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ମରୁଡି ପାଇଁ କେନ୍ଦ୍ରୀୟ ସହାୟତା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଏହାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

ସେ କହିଛନ୍ତି ଯେ, ରାଜ୍ୟସରକାର ଚାଷୀମାନଙ୍କୁ ଯୋଗାଇ ଦେଇଥିବା ଜଳ ଯୋଗାଣ ବ୍ୟବସ୍ଥା ଅଚଳ। ଜଳସେଚନ ପାଇଁ ରାଜ୍ୟର ବଡ ବଡ ଡ୍ୟାମରେ ପାଣି ସଞ୍ଚୟ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ଟିମ୍ ଦେଇଥିବା ୧୮ଟି ପରାମର୍ଶ ଓ ସୁପାରିଶ ମଧ୍ୟରେ ରହିଛି ତୁରନ୍ତ କ୍ଷୟକ୍ଷତି ଆକଳନ କରି ଏସଡିଆରଏଫ୍ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦେବା। ସେହିପରି ମରୁଡିର ମୁକାବିଲା ଲାଗି ଚେକଡ୍ୟାମ୍, ଫାର୍ମପଣ୍ଡ,ନଦୀରେ ଉଠା ଜଳସେଚନ ପ୍ରକଳ୍ପ ଓ ଡିପ୍ ବୋରବେଲ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛି କେନ୍ଦ୍ରୀୟ ଟିମ।

କେନ୍ଦ୍ରୀୟ ଟିମ୍ ଗତ ମାସ ୮ ଓ ୯ ତାରିଖରେ ରାଜ୍ୟର ୮ଟି ଜିଲ୍ଲା ଗସ୍ତ କରିଥିଲା। ତେବେ ଟିମରେ ଏହି ଗସ୍ତକୁ ନେଇ ମୂଳରୁ ରାଜ୍ୟ କୃଷି ମନ୍ତ୍ରୀ ଓ ବିଜେଡି ଆପତ୍ତି ଉଠାଇଥିଲା।

Related story