ଫେରିବ ବାଲୁଖଣ୍ଡ ଅଭୟାରଣ୍ୟର ସବୁଜିମା

ପୁରୀ(ଓଡ଼ିଶା ରିପୋର୍ଟର): ‘ଫୋନି’ ବାତ୍ୟାର ତାଣ୍ଡବରେ ଉଜୁଡ଼ି ଯାଇଥିଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ। ବାତ୍ୟାରେ ଲକ୍ଷ ଲକ୍ଷ ବୃହତକାୟ ଓ ପୁରାତନ ଗଛ ଉପୁଡ଼ି ପଡ଼ିଥିଲା। ତେବେ ବାତ୍ୟାକୁ ୩ ମାସ ପୂରିଥିବା ବେଳେ ପୂର୍ବ ଅବସ୍ଥା ଫେରାଇଆଣିବାକୁ ବନବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ବିଭାଗ ପକ୍ଷରୁ ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଓ ବାଲୁଖଣ୍ଡ ଅଭୟାରଣ୍ୟରେ ଗଛ ଲଗାଇବା କାମ ଜୋରସୋର ଚାଲିଛି। ଏପରିକି ଗଛ ଲଗାଇବା ପାଇଁ ଇଚ୍ଛୁକ […]

foni

Manoranjan Sial
  • Published: Saturday, 03 August 2019
  • , Updated: 03 August 2019, 06:38 PM IST

ପୁରୀ(ଓଡ଼ିଶା ରିପୋର୍ଟର): ‘ଫୋନି’ ବାତ୍ୟାର ତାଣ୍ଡବରେ ଉଜୁଡ଼ି ଯାଇଥିଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ। ବାତ୍ୟାରେ ଲକ୍ଷ ଲକ୍ଷ ବୃହତକାୟ ଓ ପୁରାତନ ଗଛ ଉପୁଡ଼ି ପଡ଼ିଥିଲା। ତେବେ ବାତ୍ୟାକୁ ୩ ମାସ ପୂରିଥିବା ବେଳେ ପୂର୍ବ ଅବସ୍ଥା ଫେରାଇଆଣିବାକୁ ବନବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି।

ବିଭାଗ ପକ୍ଷରୁ ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଓ ବାଲୁଖଣ୍ଡ ଅଭୟାରଣ୍ୟରେ ଗଛ ଲଗାଇବା କାମ ଜୋରସୋର ଚାଲିଛି। ଏପରିକି ଗଛ ଲଗାଇବା ପାଇଁ ଇଚ୍ଛୁକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଚାରା ହସ୍ତାନ୍ତର କରାଯାଇଛି ବୋଲି କହିଛନ୍ତି ଜିଲ୍ଲା ବନାଞ୍ଚଳ ଅଧିକାରୀ। ବନ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ଏକ ଲକ୍ଷ ଚାରା ଲଗାଯାଉଛି। ସେହିପରି ପୁରୀ ଆଇଟିଆଇ କଲେଜ ପରିସରରେ ମଧ୍ୟ ବିଭିନ୍ନ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଗଛ ଲଗାଯାଉଛି।

ସ୍ୱେଚ୍ଛାସେବୀମାନେ ବନବିଭାଗ ସହଯୋଗରେ ଆକାସିଆ, ନିମ୍ବ, କରଞ୍ଜ, ବଉଳ ଓ ଜାମୁ ଆଦି ଗଛ ଲଗାଇଛନ୍ତି। ଯେଉଁ ସ୍ୱେଚ୍ଛାସେବୀ ଯେଉଁ ଗଛ ଲଗାଇଛନ୍ତି, ତାଙ୍କରି ନାମରେ ସେହି ଗଛର ନାମକରଣ କରାଯାଉଛି। ସେହି ଗଛକୁ ପାଣି ଦେଇ ବଞ୍ଚାଇ ରଖିବାର ଦାୟିତ୍ୱ ମଧ୍ୟ ସେମାନେ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ତଜାର୍ତୀୟ ବାଲୁକା ଶିଳ୍ପୀ ମାନସ ସାହୁ, ସ୍ତମ୍ଭକାର ଓ ଗୀତିକାର ବଦ୍ରି ମିଶ୍ର ଏବଂ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମେତ ଅନେକ ପ୍ରତିଷ୍ଠିତ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

Related story