ଅପରେସନ ଗଞ୍ଜାମ ସକସେସ୍‌ ପରେ ଫୋକସ୍‌ରେ ଭୁବନେଶ୍ୱର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି କରୋନା। ସେପ୍ଟେମ୍ୱର ପ୍ରଥମ ସପ୍ତାହରେ କରୋନା ସଂକ୍ରମଣ ୩ ହଜାର ୨୦୦ ପାର କରିଛି। ଏକଦା ରାଜ୍ୟର କରୋନା ହଟସ୍ପଟ୍ ଥିବା ଗଞ୍ଜାମ ଆୟତ୍ତକୁ ଆସିବା ପରେ ରାଜଧାନୀ ଭୁବନେଶ୍ୱର ଏବେ ଚିନ୍ତା ବଢ଼ାଇଛି। ଅନଲକ-୪ ପରେ ଜୀବନ-ଜୀବିକା ସ୍ୱାଭାବିକ ଓ ଅର୍ଥନୈତିକ କାର୍ଯ୍ୟକଳାପ ଚଳଚଞ୍ଚଳ ପରେ ଏବେ ହୁ ହୁ  ହୋଇ ବଢ଼ୁଛି ସଂକ୍ରମଣ। ଗଲା କିଛି ଦିନ ଧରି […]

Bhubaneswar

Manoranjan Sial
  • Published: Thursday, 10 September 2020
  • , Updated: 10 September 2020, 09:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି କରୋନା। ସେପ୍ଟେମ୍ୱର ପ୍ରଥମ ସପ୍ତାହରେ କରୋନା ସଂକ୍ରମଣ ୩ ହଜାର ୨୦୦ ପାର କରିଛି। ଏକଦା ରାଜ୍ୟର କରୋନା ହଟସ୍ପଟ୍ ଥିବା ଗଞ୍ଜାମ ଆୟତ୍ତକୁ ଆସିବା ପରେ ରାଜଧାନୀ ଭୁବନେଶ୍ୱର ଏବେ ଚିନ୍ତା ବଢ଼ାଇଛି।

ଅନଲକ-୪ ପରେ ଜୀବନ-ଜୀବିକା ସ୍ୱାଭାବିକ ଓ ଅର୍ଥନୈତିକ କାର୍ଯ୍ୟକଳାପ ଚଳଚଞ୍ଚଳ ପରେ ଏବେ ହୁ ହୁ  ହୋଇ ବଢ଼ୁଛି ସଂକ୍ରମଣ। ଗଲା କିଛି ଦିନ ଧରି ଲଗାତର ୩୦୦ରୁ ୪୦୦ ଟ୍ରେଣ୍ଡ୍ ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଗଞ୍ଜାମ ଢାଞ୍ଚା ଆପଣାଇବାକୁ ଅଣ୍ଟା ଭିଡ଼ିଛି ବିଏମ୍‌ସି। ଗଞ୍ଜାମରୁ ଅଭିଜ୍ଞତା ସାଉଁଟି ଫେରିଥିବା ଆଇଏଏସ୍‌ ଅଫିସର ପାରୁଲ ପଟଓ୍ୱାରୀ ବିଏମ୍‌ସି ଅତିରିକ୍ତ କମିଶନର ଦାୟିତ୍ୱ ନେବା ପରେ ସଂକ୍ରମଣ ରୋକିବାକୁ ମାଇକ୍ରୋ ମ୍ୟାନେଜମେଣ୍ଟକୁ ଗୁରୁତ୍ୱ ଦେଇଛନ୍ତି।

ପାରୁଲଙ୍କ କହିବା ଅନୁସାରେ ଏଣିକି ବ୍ୟାପକ ହେବ ହେଲ୍‌ଥ ସ୍କ୍ରିନିଂ। ଏଥିପାଇଁ ଗଠନ ହୋଇଛି ୫୬୫ଟି ରାପିଡ୍‌ ରେସ୍ପନ୍ସ ଟିମ୍‌। ଏହି ଟିମ୍‌ ବିଭିନ୍ନ ବସ୍ତି ଓ ଅନ୍ୟ ଅଞ୍ଚଳ ବୁଲି ହେଲଥ ସ୍କ୍ରିନିଂ କରିବେ। ହୋମ୍‌ ଆଇସୋଲେସନରେ ଥିବା ସଂକ୍ରମିତଙ୍କ ଘରୁ ଜୈବ ବର୍ଯ୍ୟବସ୍ତୁ ସଂଗ୍ରହ କରିବ ବିଏମ୍‌ସି। ହୋମ୍‌ ଆଇସୋଲେସନରେ ଥିବା ଲୋକଙ୍କୁ ଭିଡିଓ କଲିଂ ମାଧ୍ୟମରେ ମିଳିବ ପରାମର୍ଶ। ସବୁ ନାଗରିକଙ୍କ ପାଇଁ ୧୯୨୯ରେ କଲ୍‌ ସେଣ୍ଟର ଜରିଆରେ ଅଭିଯୋଗ ଓ ସୂଚନା ବିସ୍ତୃତ ଭାବେ ମିଳିପାରିବ ବୋଲି ପାରୁଲ ପଟୁଓ୍ୱାରୀ କହିଛନ୍ତି।

ଅଗଷ୍ଟରେ ଅଣାୟତ ଓ ସେପ୍ଟେମ୍ବର ଆରମ୍ଭରେ ପିକ୍‌ରେ ପହଞ୍ଚିଥିଲା କରୋନା। ଏହାର ପ୍ରଭାବ ସେପ୍ଟେମ୍ୱର ଶେଷ ଆଡ଼କୁ କମିବା ଆକଳନ କରିଛି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ। ରାଜଧାନୀରେ ଏବେ ହୋମ୍‌ ଆଇସୋଲେନ୍‌ ବ୍ୟବସ୍ଥାକୁ ଅଧିକ ପ୍ରାଧାନ୍ୟ ସହ ରୋଗୀଙ୍କ ପାଇଁ ଅଧିକ ସଂଖ୍ୟାରେ ଆଇସିୟୁ, ବେଡ୍‌, ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଉଥିବାରୁ ଆଗକୁ କରୋନା ନିୟମନ୍ତ୍ରଣକୁ ଆସିବା ଆଶା କରାଯାଉଛି। ତେବେ ଲୋକେ ସଚେତନ ହେବା ଓ ସଜାଗ ରହିବା ଉପରେ ହିଁ ଏହାର ସଫଳତା ନିର୍ଭର କରୁଛି ବୋଲି ସତର୍କ ବାଣୀ ଶୁଣାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର।

ଭୁବନେଶ୍ୱର ଓ କଟକରେ କରୋନା ସଂକ୍ରମଣରେ ରୋକ ଲାଗାଇବାକୁ କାଲି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଭିତ୍ତିଭୂମି ସୁଦୃଢ଼ ସହ ଗୁରୁତରଙ୍କ ପାଇଁ ଅଧିକ ICU, ଅଧିକ ଆମ୍ବୁଲାନ୍ସ ଏବଂ କୋଭିଡ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ନଜର ରଖିବାକୁ ପୁଲିସ, ସ୍ୱାସ୍ଥ୍ୟ ଓ ପୌର ସଂସ୍ଥା ସମନ୍ୱୟ ରଖି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Related story