ପିଲାଙ୍କୁ ନିର୍ଘାତ ପିଟିବା ମହଙ୍ଗା ପଡ଼ିଲା, ନିଲମ୍ବିତ ହେଲେ ଗଣିତ ସାର୍‌

ବାସୁଦେବପୁର (କିରୀଟି ଦାସ) : ପିଲାଙ୍କୁ ନିର୍ଘାତ ପିଟିବା ମହଙ୍ଗା ପଡ଼ିଲା। ଅଭିଭାବକଙ୍କ ହୋହଲ୍ଲା ତଥା ଉତ୍ତେଜନା ପରେ ନିଲମ୍ବିତ ହୋଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁନାମୁହିଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗଣିତ ଶିକ୍ଷକ କଳ୍ପତରୁ ମଲ୍ଲିକ । ତାଙ୍କ ନାଁରେ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣା ଗତକାଲି ଦିନ ସାରା ସମଗ୍ର ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସମ୍ପୃକ୍ତ  ଶିକ୍ଷକ କଳ୍ପତରୁ ମଲ୍ଲିକଙ୍କୁ ବିଦ୍ୟାଳୟରୁ ନିଲମ୍ବିତ କରିଥିବା […]

suspend

  • Published: Monday, 25 July 2022
  • , Updated: 25 July 2022, 01:46 PM IST

ବାସୁଦେବପୁର (କିରୀଟି ଦାସ) : ପିଲାଙ୍କୁ ନିର୍ଘାତ ପିଟିବା ମହଙ୍ଗା ପଡ଼ିଲା। ଅଭିଭାବକଙ୍କ ହୋହଲ୍ଲା ତଥା ଉତ୍ତେଜନା ପରେ ନିଲମ୍ବିତ ହୋଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁନାମୁହିଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗଣିତ ଶିକ୍ଷକ କଳ୍ପତରୁ ମଲ୍ଲିକ । ତାଙ୍କ ନାଁରେ ଥାନାରେ ମଧ୍ୟ ଅଭିଯୋଗ ହୋଇଛି।

ଏହି ଘଟଣା ଗତକାଲି ଦିନ ସାରା ସମଗ୍ର ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସମ୍ପୃକ୍ତ  ଶିକ୍ଷକ କଳ୍ପତରୁ ମଲ୍ଲିକଙ୍କୁ ବିଦ୍ୟାଳୟରୁ ନିଲମ୍ବିତ କରିଥିବା କହିଛନ୍ତି ବ୍ଲକ ଶିକ୍ଷାଧିକାରୀ । ଏହାପରେ ଗତକାଲି ରାତିରେ ପିଲାଙ୍କ ଅଭିଭାବକଙ୍କ ଏତଲା ଆଧାରରେ ସମ୍ପୃକ୍ତ ଶିକ୍ଷକ କଳ୍ପତରୁ ମାଲିକଙ୍କ ବିରୁଦ୍ଧରେ କଶିଆ ସାମୁଦ୍ରିକ ଥାନାରେ ଏକ ମାମଲା ରୁଜୁ ହୋଇଛି । ଶିକ୍ଷକଙ୍କ ବିରୁଦ୍ଧରେ ଆଇପିସିର ଧାରା ଅନୁଯାୟୀ ୭ଟି ଦଫା ଲାଗିଥିବା ବେଳେ PCSO ଆକ୍ଟ ୧୨ରେ ମଧ୍ୟ ଦଫା ଲାଗିଛି।

ଗତ ଶନିବାର ବାସୁଦେବପୁର ବ୍ଲକ୍‌ ସୁନାମୁହିଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗଣିତ ଶିକ୍ଷକ କଳ୍ପତରୁ ମଲ୍ଲିକ  ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଜ୍ୟାମିତି ପଢ଼ାଉଥିଲେ। ପାଠ ପଢାଇ ସାରିବା ପରେ ପିଲାଙ୍କୁ ପ୍ରଶ୍ନ ପଚାରିଥିଲେ ସାର୍‌। ହେଲେ କେତେକ ପିଲା ଜ୍ୟାମିତିର ଜଟିଳ ପ୍ରଶ୍ନର  ଉତ୍ତର ଦେଇପାରିଲେ ନାହିଁ। ଏଥିରେ ଉତ୍ତ୍ୟକ୍ତ ହୋଇ ଗଣିତ ଶିକ୍ଷକ ଏକ ବାଡ଼ିରେ ପିଲାମାନଙ୍କୁ ନିର୍ଘାତ ମାଡ଼ ମାରିଥିଲେ।

 ସ୍କୁଲ ଏକ ଦଣ୍ଡମୁକ୍ତ ଅଞ୍ଚଳ ହୋଇଥିବା ବେଳେ  ସେଠାରେ ଏପରି ଅଭାବନୀୟ କାଣ୍ଡକୁ ସହଜେ ଗ୍ରହଣ କରିପାରିନଥିଲେ ଅଭିଭାବକ । ଏହି ଘଟଣା ପ୍ରଘଟ ହେବା ପରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଭାବକମାନେ ବିଦ୍ୟାଳୟକୁ ଯାଇ ହୋ-ହାଲ୍ଲା କରିଥିଲେ। ତେବେ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଗତକାଲି ବାସୁଦେବପୁର ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ସୁସ୍ଥ ହୋଇ ସେମାନେ ଘରକୁ ଫେରିଥିବା ଜଣାଯାଇଛି। 

ଏହି ଘଟଣାରେ ନିଜ ସଫେଇ ଦେଇ ଗତକାଲି ଗଣିତ ଶିକ୍ଷକ କଳ୍ପତରୁ ମଲ୍ଲିକ କହିଥିଲେ, ପିଲାମାନେ ବଦ୍‌ମାସ କରୁଥିଲେ। ପଚାରିଥିବା ପ୍ରଶ୍ନର ଉତ୍ତର ଦେଇପାରିଲେନି। ସେଥିପାଇଁ କିଛି ପିଲାଙ୍କୁ ସାମାନ୍ୟ ମାଡ଼ ମାରିଥିଲି। କିନ୍ତୁ ପିଲାମାନେ ବଢ଼ାଇ ଚଢ଼ାଇ କହୁଛନ୍ତି। ହେଲେ ମାମଲା ରୁଜୁ ହୋଇ ସାରିବା ପରେ ଆଉ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁ ନାହିଁ।

Related story