ଆଜିଠୁ ଦେଖାଯିବ ମାଟ୍ରିକ୍ ଖାତା

Ordigital Desk
  • Published: Tuesday, 20 March 2018
  • , Updated: 20 March 2018, 08:17 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):&nbsp; ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେଉଛି। ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଯୋଗୁଁ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଚୁକ୍ତି ଭିତ୍ତିକ ଶିକ୍ଷକମାନେ ଗତକାଲିଠାରୁ ଖାତାଦେଖା ବର୍ଜନ ଡାକରା ସହ ରାଜ୍ୟବ୍ୟାପି ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକ ସାମ୍ନାରେ ଆନ୍ଦୋଳନରେ ବସିଛନ୍ତି। ସତ୍ୟପାଠ ଉଚ୍ଛେଦ ସହ ୬ ଦଫା ଦାବି ପୂରଣ ନ ହେଲେ କୌଣସି ଶିକ୍ଷକଙ୍କୁ ଖାତା ଦେଖା ପାଇଁ ମୂଲ୍ୟାୟନ କେନ୍ଦ୍ର ଭିତରକୁ ଛଡାଯିବ ନାହିଁ ବୋଲି ସଂଘ ଚେତାବନୀ ଦେଇଛି।</p> <p>ଶିକ୍ଷକଙ୍କ ଆନ୍ଦୋଳନକୁ କାଉଣ୍ଟର୍ କରିବାକୁ ବ୍ୟାକ୍ଅପ୍ ପ୍ଲାନ ପ୍ରସ୍ତୁତ ରଖିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ମାଟ୍ରିକ୍ ଖାତା ଦେଖା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟରେ ୫୭ଟି ମୂଲ୍ୟାୟନ କେନ୍ଦ୍ର କରାଯିବା ସହ ୧୩ ହଜାର ୨୮୦ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ଆନ୍ଦୋଳନରତ ଶିକ୍ଷକ କାର୍ଯ୍ୟରେ ଯୋଗ ନ ଦେଲେ ସେମାନଙ୍କ ବଦଳରେ ଚୁକ୍ତିଭିତ୍ତିକ ଏବଂ ଅନୁଭବୀ ଶିକ୍ଷକଙ୍କୁ ଆବଶ୍ୟକସ୍ଥଳେ ନିୟୋଜିତ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର କଣ୍ଟ୍ରୋଲର କହିଛନ୍ତି।</p>

Related story