ମେ’ ୩ରୁ ମ୍ୟାଟ୍ରିକ୍‌, ମେ ୧୫ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ ୩ରୁ ମ୍ୟାଟ୍ରିକ୍‌ ଓ ମେ’ ୧୫ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ହେବ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ମେ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା। ମେ ୩ରୁ ୧୫ ଯାଏ ଚାଲିବ ମ୍ୟାଟ୍ରିକ (ଦଶମ) ବୋର୍ଡ ପରୀକ୍ଷା। ସେହିପରି ମେ ୧୫ରୁ ଆରମ୍ଭ ହୋଇ ଜୁନ ୧୧ ତାରିଖ ଯାଏଁ ଚାଲିବ +୨ (ଦ୍ୱାଦଶ) […]

matric

Manoranjan Sial
  • Published: Saturday, 02 January 2021
  • , Updated: 02 January 2021, 06:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ ୩ରୁ ମ୍ୟାଟ୍ରିକ୍‌ ଓ ମେ’ ୧୫ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ହେବ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି।

ମେ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା। ମେ ୩ରୁ ୧୫ ଯାଏ ଚାଲିବ ମ୍ୟାଟ୍ରିକ (ଦଶମ) ବୋର୍ଡ ପରୀକ୍ଷା।

ସେହିପରି ମେ ୧୫ରୁ ଆରମ୍ଭ ହୋଇ ଜୁନ ୧୧ ତାରିଖ ଯାଏଁ ଚାଲିବ +୨ (ଦ୍ୱାଦଶ) ପରୀକ୍ଷା। ଏପ୍ରିଲ ୨୯ରୁ ମେ ୧୪ ଯାଏ ହେବ ଦ୍ୱାଦଶ ପିଲାଙ୍କ ପ୍ରାକ୍ଟିକାଲ୍‌ ପରୀକ୍ଷା।

ମହାମାରୀ କରୋନା ପାଇଁ ବନ୍ଦ ରହିଥିଲା ସ୍କୁଲ ଓ କଲେଜ। ପିଲାମାନେ ଅନ୍‌ଲାଇନ୍‌ରେ ପାଠ ପଢ଼ୁଥିଲେ। ତେବେ ମହାମାରୀ ଭିତରେ ପିଲାମାନେ କେମିତି ପରୀକ୍ଷା ଦେବେ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। କୋଭିଡ୍‌ କଟକଣା ଭିତରେ ରାଜ୍ୟ ସରକାର ଜାନୁଆରୀ ୮ ତାରିଖରେ ସ୍କୁଲ ଓ କଲେଜ ଖୋଲିବ ବୋଲି ଘୋଷଣା କରିଛନ୍ତି। ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଏବଂ କଲେଜ ଯାଇ ପାଠ ପଢ଼ିବେ। ଛୁଟିଦିନ ରବିବାର ମଧ୍ୟ ସ୍କୁଲ ଖୋଲା ରହିବ। ୧୦୦ ଦିନରେ ପିଲାମାନେ ୭୦ ବସ୍‌ବସ୍‌କୁ କ୍ଳିଅର କରିବେ। ଏହା ପରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ।

Related story