ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ବ୍ୟବସ୍ଥାରେ ସ୍ୱଚ୍ଛତା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ବ୍ୟବସ୍ଥା ଆରମ୍ଭ କରାଯାଇଛି । ପ୍ରଥମଥର ପାଇଁ ଉତ୍ତର ଖାତା ମୂଲ୍ୟାୟନ ପରେ ଖାତାରେ ଦିଆଯାଇଥିବା ମାର୍କ୍ସ ମୂଲ୍ୟାୟନ କେନ୍ଦ୍ରରୁ ଅନଲାଇନ ଜରିଆରେ ରେଜଲଟ ପ୍ରୋସେସିଂ ଫାର୍ମକୁ ଯିବ। ଖାତା ମୂଲ୍ୟାୟନ ପରେ ରେଜଲ୍ଟ ପ୍ରୋସେସିଂ ଫ।ର୍ମକୁ ଖାତାରେ ଦେଇଥିବା ମାର୍କ୍ସ ପଠାଇବାର ବ୍ୟବସ୍ଥା ନିରୀକ୍ଷକ କରିବେ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଖାତା ମୂଲ୍ୟାୟନ ପ୍ରକ୍ରିୟାରେ ସ୍ୱଚ୍ଛତା ରହିବା ସହ ରେଜଲ୍ଟ ପ୍ରକାଶ କରିବାରେ ମଧ୍ୟ ସୁବିଧା ହେବ । ଏପରି କି ବିଭିନ୍ନ ବିଷୟରେ ଦିଆଯାଇଥିବା ମାର୍କରେ ତ୍ରୁଟି ଥିଲେ ଜାଣିବା ସହାୟକ ହେବ। ସେହିପରି ପରୀକ୍ଷା ପରିଚଳନା ନେଇ ଜିଲ୍ଲାସ୍ତରରେ ୭୦ ସ୍ୱାର୍ଡ ଓ ରାଜ୍ୟସ୍ତରରେ ୫୦ ସ୍ୱାର୍ଡର ବ୍ୟବସ୍ଥା ହୋଇଛି। ସେହିପରି ମାଟ୍ରିକ ପରୀକ୍ଷା ପରିଚାଳନା ନେଇ ବିଭାଗ ଶୀଘ୍ର ଏକ ବୈଠକ କରିବ । ଆସନ୍ତାବର୍ଷ ଫେବୃୟାରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜାରିଂ ଗଣଦୁଷ୍କର୍ମ ମାମଲା: ଲିଫ୍ଟ ବାହାନାରେ ଧୋକା ଦେଇଥିଲେ ପରିଚିତ ବ୍ୟକ୍ତି, ୬ ଜଣଙ୍କୁ ମିଳିଲା ଆଜୀବନ କାରାଦଣ୍ଡାଦେଶ
ଭିଡିଓ ଭାଇରାଲ କରିବା ଅଭିଯୋଗରେ ଯେଉଁ ୩ ଜଣ ଗିରଫ ହୋଇଥିଲେ, କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
Miscellaneous
‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ୨୪ରେ ଆସିବ କେନ୍ଦ୍ରୀୟ ଟିମ୍
କେନ୍ଦ୍ରୀୟ ଟିମ୍ ଫେରିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ଟିମ୍ ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ସହାୟତା ରାଶି ଆସିବ।
Education
ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି
ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି।
Guest Column
ଭଲ ସରକାର କିପରି?
ଜିନ୍ଦଲ୍-ପୋସ୍କୋ ଯୌଥ ଉଦ୍ୟୋଗ ପାଇଁ ବେଶୀ ଖୁସି ନହୋଇ, ଓଡ଼ିଶାରେ ବିଜଦ ସରକାର ବିଫଳ ହୋଇଥିବା କ୍ଷେତ୍ରରେ ଯେଭଳି ବିକାଶ ହେବ, ସେଥିପାଇଁ ମୋହନ ସରକାର ଦୃଷ୍ଟି ଦିଅନ୍ତୁ। ଚୁକ୍ତିପତ୍ର ସ୍ୱାକ୍ଷର କଲାବେଳେ ଏସମସ୍ତ ଦିଗ ପ୍ରତି ନ୍ୟାୟ ପ୍ରଦାନ କରନ୍ତୁ। ଫଳରେ ଶିଳ୍ପାୟନ ହେବ, ନିଯୁକ୍ତି ସୁଯୋଗ ବଢ଼ିବ। ତେବେ ଯାଇ ଆମେ କହିବୁ, ଯେ ନୂଆ ସରକାର ଭାରି ଭଲ!
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?