ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ

<p>ଢେଙ୍କାନାଳ: ଆଜି ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଆଲୋଚନା ହେଉଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ଏକ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି। ଆଜି ଥିବା ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ହ୍ୱାଟସ୍&zwnj; ଆପ୍&zwnj;ରେ ବୁଲୁଥିବା ନେଇ ସୂଚନା ମିଳିଛି। ସକାଳ ୯ଟା ୩୦ ମିନିଟ୍&zwnj;ରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୯ଟା ୫୪ ମିନିଟ୍&zwnj;ରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି। ପୂର୍ବରୁ ଓଡ଼ିଆ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା।</p> <p>ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଞ୍ଚଳରେ ହ୍ୱାଟ୍&zwnj;ସ ଆପ୍&zwnj;ରେ ମାତୃଭାଷାର ପ୍ରଶ୍ନପତ୍ର ବୁଲୁ ଥିବା ଅଭିଯୋଗ ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଥିଲା।</p>

Ordigital Desk
  • Published: Saturday, 03 March 2018
  • Updated: 03 March 2018, 02:28 PM IST

Sports

Latest News

<p>ଢେଙ୍କାନାଳ: ଆଜି ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଆଲୋଚନା ହେଉଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ଏକ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି। ଆଜି ଥିବା ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ହ୍ୱାଟସ୍&zwnj; ଆପ୍&zwnj;ରେ ବୁଲୁଥିବା ନେଇ ସୂଚନା ମିଳିଛି। ସକାଳ ୯ଟା ୩୦ ମିନିଟ୍&zwnj;ରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୯ଟା ୫୪ ମିନିଟ୍&zwnj;ରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି। ପୂର୍ବରୁ ଓଡ଼ିଆ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା।</p><p>ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଞ୍ଚଳରେ ହ୍ୱାଟ୍&zwnj;ସ ଆପ୍&zwnj;ରେ ମାତୃଭାଷାର ପ୍ରଶ୍ନପତ୍ର ବୁଲୁ ଥିବା ଅଭିଯୋଗ ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos