ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ

କଟକ (ଓଡ଼ିଶା ରିପୋର୍ଟର): ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରାଙ୍କ ଆଜି ଏହି ସୂଚନା ଦେଇଛନ୍ତି। ତେବେ ନିର୍ଦ୍ଦିଷ୍ଟ କେତେ ତାରିଖରେ ପରୀକ୍ଷା ଫଳ ବାହାରିବ, ତାହା ସେ ସ୍ପଷ୍ଟ କରି ନାହାନ୍ତି। ସେ କହିଛନ୍ତି,“ରେଜଲ୍ଟକୁ ନିର୍ଭୁଲ ଓ ତ୍ରୁଟିଶୂନ୍ୟ କରିବାକୁ ସମୟ ଲାଗୁଛି।” ଏଥର ଫେବୃଆରୀ ୨୨ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା। ୨୯୫୩ଟି […]

girls

girls

Jitendra Garnayak
  • Published: Tuesday, 14 May 2019
  • Updated: 14 May 2019, 01:36 PM IST

କଟକ (ଓଡ଼ିଶା ରିପୋର୍ଟର): ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରାଙ୍କ ଆଜି ଏହି ସୂଚନା ଦେଇଛନ୍ତି। ତେବେ ନିର୍ଦ୍ଦିଷ୍ଟ କେତେ ତାରିଖରେ ପରୀକ୍ଷା ଫଳ ବାହାରିବ, ତାହା ସେ ସ୍ପଷ୍ଟ କରି ନାହାନ୍ତି।

ସେ କହିଛନ୍ତି,“ରେଜଲ୍ଟକୁ ନିର୍ଭୁଲ ଓ ତ୍ରୁଟିଶୂନ୍ୟ କରିବାକୁ ସମୟ ଲାଗୁଛି।”

ଏଥର ଫେବୃଆରୀ ୨୨ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା। ୨୯୫୩ଟି କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୨୫ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା। ତେବେ ଏଥର ମ୍ୟାଟ୍ରିକ୍‌ ପରୀକ୍ଷା ବେଳେ ବହୁ ବିଭ୍ରାଟ ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ବେଳେ ଆଉ ଏକ ପରୀକ୍ଷା କେନ୍ଦ୍ରରେ ଓଏମ୍‌ଆର୍‌ ଶିଟ୍ ଗାଏବ ହୋଇଯାଇଥିଲା।

ସୂଚନାଯୋଗ୍ୟ, ଗତବର୍ଷ ମେ’୭ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos