ଡାକ୍ତର ହେବାକୁ ଆଶା ରଖିଛନ୍ତି ଓମ୍‌ ପ୍ରକାଶ

ବାଲେଶ୍ୱର(ରଞ୍ଜିତ ପାକଳ): “ଜଣେ ଭଲ ଡାକ୍ତର ହେବି। ଏଥିପାଇଁ ବହୁ ପରିଶ୍ରମ ବା କଷ୍ଟ କରିବାକୁ ପଡ଼ିବ ବୋଲି ଶୁଣିଥିଲି। ଯେତେ ପରିଶ୍ରମ କରିବାକୁ ପଡ଼ିଲେ ମଧ୍ୟ କରିବି। ଜଣେ ଭଲ ଡାକ୍ତର ହେବି।” ମାଟ୍ରିକ୍‌ ପରୀକ୍ଷାରେ ୯୪.୫% ନମ୍ବର ରଖି ପାସ୍‌ କରିଥିବା ଛାତ୍ର ଓମ୍‌ ପ୍ରକାଶ ଧିନ୍ଦା ଆଜି ଏହା କହିଛନ୍ତି। ଓମ୍‌ ହେଉଛନ୍ତି ରେମୁଣା ଉଚ୍ଚ ବିଦ୍ୟାଳୟ ଛାତ୍ର। ସେ ରେମୁଣା ନିର୍ବାଚନମଣ୍ଡଳୀରେ ସର୍ବାଧିକ ନମ୍ୱର ରଖିଛନ୍ତି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ […]

Om-prakash

Manoranjan Sial
  • Published: Saturday, 26 June 2021
  • , Updated: 26 June 2021, 09:07 PM IST

ବାଲେଶ୍ୱର(ରଞ୍ଜିତ ପାକଳ): “ଜଣେ ଭଲ ଡାକ୍ତର ହେବି। ଏଥିପାଇଁ ବହୁ ପରିଶ୍ରମ ବା କଷ୍ଟ କରିବାକୁ ପଡ଼ିବ ବୋଲି ଶୁଣିଥିଲି। ଯେତେ ପରିଶ୍ରମ କରିବାକୁ ପଡ଼ିଲେ ମଧ୍ୟ କରିବି। ଜଣେ ଭଲ ଡାକ୍ତର ହେବି।” ମାଟ୍ରିକ୍‌ ପରୀକ୍ଷାରେ ୯୪.୫% ନମ୍ବର ରଖି ପାସ୍‌ କରିଥିବା ଛାତ୍ର ଓମ୍‌ ପ୍ରକାଶ ଧିନ୍ଦା ଆଜି ଏହା କହିଛନ୍ତି। ଓମ୍‌ ହେଉଛନ୍ତି ରେମୁଣା ଉଚ୍ଚ ବିଦ୍ୟାଳୟ ଛାତ୍ର। ସେ ରେମୁଣା ନିର୍ବାଚନମଣ୍ଡଳୀରେ ସର୍ବାଧିକ ନମ୍ୱର ରଖିଛନ୍ତି।

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ମାଧିପୁର ଗାଁର ଶିବ ନାରାୟଣ ଧିନ୍ଦା। ତାଙ୍କର ଦୁଇ ପିଲାଙ୍କ ଭିତରୁ ପୁଅ ଓମ୍‌ ପ୍ରକାଶ ହେଉଛନ୍ତି ସାନ୍‌। ଚଳିତ ମାଟ୍ରିକ୍‌ ପରୀକ୍ଷାରେ ସେ ୫୬୭ ନମ୍ବର ରଖି ପାସ୍‌ କରିଛନ୍ତି। ତାଙ୍କୁ ୯୪.୫% ନମ୍ବର ମିଳିଛି। ସେ ରେମୁଣା ନିର୍ବାଚନମଣ୍ଡଳୀରେ ସର୍ବାଧିକ ନମ୍ବର ରଖିଛନ୍ତି। ଓମ୍‌ଙ୍କ କହିବା ଅନୁସାରେ ପରୀକ୍ଷା ଦେଇଥିଲେ, ଆହୁରି ଅଧିକ ନମ୍ବର ରଖିଥାଆନ୍ତେ। ମାତ୍ର ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ସନ୍ତୁଷ୍ଟ ନାହାନ୍ତି। ପରୀକ୍ଷା ହୋଇଥିଲେ ୫୮୦ ନମ୍ୱର ରଖିଥାଆନ୍ତି ବୋଲି ଓମ୍‌ କହିଛନ୍ତି। ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବାକୁ ଆଶା ରଖିଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଓମ୍‌ଙ୍କ ରେମୁଣା ନିର୍ବାଚନମଣ୍ଡଳୀ ଟପ୍ପର ହୋଇଥିବାରୁ ତାଙ୍କ ପାଖକୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ। ରେମୁଣା ବିଧାୟକ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିଜ ସଫଳତାର ଶ୍ରେୟ ସେ ତାଙ୍କ ବାପା-ମାଆ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି।

[caption id="attachment_654129" align="aligncenter" width="650"] ଓମ୍‌ ପ୍ରକାଶଙ୍କୁ ଅଭିନନ୍ଦନ ଜଣାଯାଉଛି[/caption]

ଓମଙ୍କ ବାପା ପେଶାରେ ଜଣେ ପାଇପ୍‌ ମିସ୍ତ୍ରୀ। ସେଥିରୁ ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର। ପରିବାର କହିଲେ ପତ୍ନୀ ଓ ଦୁଇ ପିଲା। ଝିଅ ବଡ଼ ହୋଇଥିବା ଯୁକ୍ତ ଦୁଇରେ ପଢ଼ୁଛନ୍ତି। ପୁଅ ଓମ୍‌ ମାଟ୍ରିକ୍‌ ପରୀକ୍ଷାରେ ସଫଳତାର ସହିତ ଉତୀର୍ଣ୍ଣ ହୋଇଛନ୍ତି। ପୁଅର ଏହି ସଫଳତାରେ ଖୁସି ପ୍ରକାଶ କରିଛନ୍ତି ଶିବ ନାରାୟଣ। ସେ ନିଜର ଖସି ପ୍ରକାଶ କଲା ବେଳେ କାନ୍ଦି ପକାଇ ଥିଲେ। ଭବିଷ୍ୟତରେ ପୁଅର ସବୁ ସ୍ୱପ୍ନକୁ ସାକାର କରିବେ ବୋଲି ଶିବ ନାରାୟଣ କହିଛନ୍ତି।

Related story