ଧର୍ମେନ୍ଦ୍ରଙ୍କ ବୟାନ୍‌ ସେମିତି କିଛି ହେଇନି !

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜଗନ୍ନାଥ ଦର୍ଶନ ସମୟରେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଅସମ୍ମାନ ପ୍ରଦର୍ଶନ ଘଟଣାକୁ ନେଇ ତେଜୁଛି ରାଜନୀତି । ଆଜି ଏ ପ୍ରସଙ୍ଗରେ ବଡ଼ ଖୁଲାସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି- ‘ମୋ ଜାଣିବାରେ ସେମିତି କିଛି ଘଟଣା ଘଟି ନ ଥିଲା। ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ଏମିତି ଲିଖିତ ଅଭିଯୋଗର ପ୍ରଶ୍ନ ଉଠୁ ନାହିଁ। ହେଲେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ବିବାଦ ସୃଷ୍ଟି କଲା ମୁଖ୍ୟମନ୍ତ୍ରୀ ତାର ସ୍ପଷ୍ଟୀକରଣ […]

kasi

Rakesh Mallick
  • Published: Friday, 29 June 2018
  • , Updated: 29 June 2018, 08:45 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜଗନ୍ନାଥ ଦର୍ଶନ ସମୟରେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଅସମ୍ମାନ ପ୍ରଦର୍ଶନ ଘଟଣାକୁ ନେଇ ତେଜୁଛି ରାଜନୀତି । ଆଜି ଏ ପ୍ରସଙ୍ଗରେ ବଡ଼ ଖୁଲାସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି- ‘ମୋ ଜାଣିବାରେ ସେମିତି କିଛି ଘଟଣା ଘଟି ନ ଥିଲା। ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ଏମିତି ଲିଖିତ ଅଭିଯୋଗର ପ୍ରଶ୍ନ ଉଠୁ ନାହିଁ। ହେଲେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ବିବାଦ ସୃଷ୍ଟି କଲା ମୁଖ୍ୟମନ୍ତ୍ରୀ ତାର ସ୍ପଷ୍ଟୀକରଣ ରଖନ୍ତୁ।’

ଏମିତି କଥା କହି ଧର୍ମେନ୍ଦ୍ର କହାଣୀରେ ନୂଆ ଟୁଇଷ୍ଟ ଆଣିଛନ୍ତି। ସତ କଣ ଜଣାନ୍ତୁ ବୋଲି ସେ ଦାବି କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ରାଷ୍ଟ୍ରପତି ଭବନରୁ ଅଭିଯୋଗ ଆସିଥିବା ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଥିଲେ । ତେବେ ଗତକାଲି ମୁଖ୍ୟ ଶାସନ ସଚିବ ଏହାକୁ ଖଣ୍ଡନ କରିବାରୁ  ପ୍ରତାପ ଦେବଙ୍କ ମନ୍ତବ୍ୟ ସତ ନା ମୁଖ୍ୟ ସଚିବଙ୍କ ମନ୍ତବ୍ୟ ସତ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ସେପଟେ ଏ ଚର୍ଚ୍ଚା ପଛରେ ଷଡଯନ୍ତ୍ର ରହିଥିବା ନେଇ ଗତକାଲି ବିଜେଡି କରିଥିବା ଅଭିଯୋଗକୁ ଆଜି ସମର୍ଥନ କରିଛି କଂଗ୍ରେସ। ଶ୍ରୀମନ୍ଦିର ପ୍ରଶାସନକୁ ବଦନାମ କରିବାକୁ ଏହା ଏକ ରାଜନୈତିକ ଚକ୍ରାନ୍ତ ହୋଇଥାଇ ପାରେ ବୋଲି  କଂଗ୍ରେସ ବିଧାୟକ ପ୍ରକାଶ ବେହେରା କହିଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସେମିତି କିଛି ହୋଇ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତି । ସେପଟେ ଏଭଳି ଚର୍ଚ୍ଚା ଫଳରେ ଶ୍ରୀମନ୍ଦିର, ଭକ୍ତ ସମାଜ ଓ ପୁରୀବାସୀ ନିନ୍ଦିତ ହୋଇଥିବା ଅଭିଯୋଗ କରି ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପୂର୍ବତନ ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ମାମଲା ରୁଜୁ କରାଯାଇଛି।

Related story