Advertisment

୩୧ ପର୍ଯ୍ୟନ୍ତ କରୋନା କଟକଣା: ହେବନି ମେଳା-ମହୋତ୍ସବ, ସ୍ଥାନୀୟ ପ୍ରଶାସନ ନେବ ମନ୍ଦିର ଖୋଲା ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ଅନଲକ ଗାଇଡଲାଇନ୍ ଅନୁରୂପ କେବଳ କଣ୍ଟେନମେଣ୍ଟ ଜୋନ୍ ଭିତରେ ଲକଡାଉନ୍ ଲାଗୁ ହେବ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, ଆମୋଦପ୍ରମୋଦ, ସାଂସ୍କୃତିକ, ଶିକ୍ଷା ସମ୍ବନ୍ଧୀୟ ଆଦି ସମସ୍ତ ପ୍ରକାରର ସମାବେଶ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଛନ୍ତି। ସିନେମା ହଲ୍ , ସୁଇମିଂ ପୁଲ, ଏଣ୍ଟରଟେନମେଣ୍ଟ […]

୩୧ ପର୍ଯ୍ୟନ୍ତ କରୋନା କଟକଣା: ହେବନି ମେଳା-ମହୋତ୍ସବ, ସ୍ଥାନୀୟ ପ୍ରଶାସନ ନେବ ମନ୍ଦିର ଖୋଲା ନିଷ୍ପତ୍ତି

Ram Temple

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ଅନଲକ ଗାଇଡଲାଇନ୍ ଅନୁରୂପ କେବଳ କଣ୍ଟେନମେଣ୍ଟ ଜୋନ୍ ଭିତରେ ଲକଡାଉନ୍ ଲାଗୁ ହେବ।

Advertisment

ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, ଆମୋଦପ୍ରମୋଦ, ସାଂସ୍କୃତିକ, ଶିକ୍ଷା ସମ୍ବନ୍ଧୀୟ ଆଦି ସମସ୍ତ ପ୍ରକାରର ସମାବେଶ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଛନ୍ତି। ସିନେମା ହଲ୍ , ସୁଇମିଂ ପୁଲ, ଏଣ୍ଟରଟେନମେଣ୍ଟ କମ୍ପେ୍ଲକ୍ସ , ଥିଏଟର, ଅଡିଟୋରିୟମ ଆଦିଗୁଡ଼ିକ ବନ୍ଦ ରହିବ। ଏହାସହିତ କେବଳ ମେଡିକାଲ ପାଠ୍ୟକ୍ରମକୁ ଛାଡ଼ିଲେ ଅନ୍ୟ ସମସ୍ତ ବୈଷୟିକ, ଦକ୍ଷତା ବିକାଶ ଓ ଏକାଡେମିକ ସଂସ୍ଥାରେ ପାଠପଢ଼ା ବନ୍ଦ ରହିବ ବୋଲି କହିଛନ୍ତି। ଶିଶିର ସାରସ ଓ ତୋଷାଳୀ କ୍ରାଫ୍ଟ ମେଳା ବନ୍ଦ ରହିବ। ମନ୍ଦିର ଖୋଲା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଡିସେମ୍ବର ୧ରୁ ୩୧ତାରିଖ ପର୍ଯ୍ୟନ୍ତ କରୋନା ଗାଇଡଲାଇନ ଜାରି କରିଛନ୍ତି। ସେଥିରେ କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ପ୍ରକାରର ଲକଡାଉନକୁ ଅନୁମତି ମିଳିବ ନାହିଁ। କଣ୍ଟେନମେଣ୍ଟ ଜୋନ୍ ବାହାରେ ଜିଲ୍ଲା, ସବଡିଭିଜନ ଓ ସହରରେ କୌଣସି ପ୍ରକାର ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରିପାରିବେ ନାହିଁ।

Advertisment

ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ସେବା ଉପରେ କଟକଣା ଜାରି ରହିଛି । ସେହିପରି ବିବାହ ଉତ୍ସବରେ ସର୍ବାଧିକ ୨୦୦ଜଣ ଓ ମୃତ୍ୟୁଜନିତ କାର୍ଯ୍ୟରେ ସର୍ବାଧିକ ୫୦ଜଣ ଲୋକ ସାମିଲ ହୋଇପାରିବେ। ବ୍ୟବସାୟିକ ବୈଠକରେ ସର୍ବାଧିକ ୧୦୦ଜଣ ଲୋକଙ୍କୁ ନେଇ ମିଟିଂ ହୋଇପାରିବ। ସେହପରି ବନ୍ଦ କୋଠରୀର କ୍ଷମତାର ସର୍ବାଧିକ ୫୦ପ୍ରତିଶତ ଓ ୧୦୦ଜଣ ଲୋକଙ୍କୁ ନେଇ ବୈଠକ ହୋଇପାରିବ। ସଭାସ୍ଥଳଗୁଡ଼ିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ ଓ ସାନିଟାଇଜରର ବ୍ୟବସ୍ଥା କରିବା ବାଧ୍ୟତାମୂଳକ ହେବ।

ସ୍ଥାନୀୟ ପ୍ରଶାସନ ସେମାନଙ୍କର ଅଂଚଳର ସ୍ଥିତିକୁ ଦେଖି ଲୋକଙ୍କ ସଂଖ୍ୟା(ସର୍ବାଧିକ ୨୦୦) ସ୍ଥିର କରିପାରିବେ। ସମସ୍ତ ମେଡିକାଲ କଲେଜ ଡିସେମ୍ବର ୧ରୁ ଖୋଲିବ। କିନ୍ତୁ ସ୍କୁଲ ଓ କଲେଜ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକ ଖୋଲିବା ନିଷ୍ପତ୍ତି ସମ୍ପୃକ୍ତ ବିଭାଗମାନେ କୋଭିଡ୍ ଗାଇଡଲାଇନକୁ ପାଳନ କରି ନେବେ। ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ସ୍କୁଲ,କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଅଙ୍ଗନବାଡ଼ି ଆଦି ବନ୍ଦ ରହିବ। ପାଠପଢ଼ା ସଂକ୍ରାନ୍ତ କାର୍ଯ୍ୟ ବନ୍ଦ ରହିବ।

ଅନଲାଇନ୍ ପାଠପଢ଼ା ଓ ଟେଲି କାଉନସେଲିଂ ଆଦି କାର୍ଯ୍ୟ ହୋଇପାରିବ। ପରୀକ୍ଷା ପରିଚାଳନା, ଖାତା ଦେଖା ଓ ଅନ୍ୟ ପ୍ରଶାସନିକ ଗତିବିଧି ହୋଇପାରିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ସମେତ ଘରୋଇ କ୍ଷେତ୍ରର ଅଫିସଗୁଡ଼ିକ ଜୁନ୍ ୩୦ତାରିଖରେ ଜାରି ଆବଶ୍ୟକ ଗାଇଡଲାଇନ୍ ପାଳନ କରି ଅଫିସ ଚଳାଇପାରିବେ। ଅଫିସ ହେଉ ଅବା ସର୍ବସାଧାରଣ ସ୍ଥଳୀ ଅବା ଯାନବାହନରେ ଯିବାବେଳେ ମାସ୍କ ପିନ୍ଧିବା ଜରୁରୀ ହେବ।

ସର୍ବସାଧାରଣ ସ୍ଥଳରେ ୬ଫୁଟର ସାମାଜିକ ଦୂରତ୍ୱକୁ ପାଳନ କରିବେ। ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଉଭୟ ଗ୍ରାହକ ଓ କର୍ମଚାରୀମାନେ ପାଳନ କରିବେ। ନିୟମ ଖିଲାପ କଲେ ସମ୍ପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ବ୍ୟୁଟିପାର୍ଲର, ସେଲୁନ୍ ଓ ସ୍ପା’ଗୁଡ଼ିକୁ ସାନିଟାଇଜ କରିବା ସହ ଆବଶ୍ୟକ ଗାଇଡଲାଇନ ପାଳନ କରିବେ। ସେହିପରି ସର୍ବସାଧାରଣ ସ୍ଥାନରେ ପାନ-ଗୁଟଖା ଖାଇବା ଉପରେ କଟକଣା ଜାରି ହୋଇଛି। ସର୍ବସାଧାରଣରେ ଛେପ ପକାଇବା ଦଣ୍ଡନୀୟ ଅପରାଧ ହେବ।

ଏସବୁ ବ୍ୟତୀତ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ୬୫ବର୍ଷ ବୟସରୁ ଅଧିକ ବ୍ୟକ୍ତି, ୧୦ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ମହିଳା ଓ ବହୁବିଧ ରୋଗରେ ପୀଡ଼ିତ ଲୋକମାନଙ୍କୁ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ମହାମାରୀ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ ଜାରି ଏହି ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଳ୍ଲାପାଳ, ମହାନଗର କମିଶନର ଓ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe