କରୋନା ପଞ୍ଝାରେ ଡାଇବେଟିସ୍‌, ଉଚ୍ଚ ରକ୍ତ ଚାପ ରୋଗୀ! ବଢ଼ୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣ ସହ ତାଳ ଦେଇ ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଛି ମୃତ୍ୟୁସଂଖ୍ୟା। ଆଜି ଗୋଟିଏ ଦିନରେ ମହାମାରୀ ପୁଣି ୧୦ ଜୀବନ ନେବା ପରେ ମୃତ୍ୟୁସଂଖ୍ୟା ୧୬୯ରେ ପହଞ୍ଚିଛି। ତେବେ ‘କରୋନା’ଠୁ ସବୁଠୁ ଅଧିକ ଅସୁରକ୍ଷିତ ହୋଇପଡିଛନ୍ତି ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ ରୋଗୀ। ଏପର୍ଯ୍ୟନ୍ତ ‘କରୋନା’ରେ ଯେତିକି ଲୋକ ପ୍ରାଣ ଯାଇଛି, ସେଭିତରୁ ପ୍ରାୟ ଅଧା ହେଉଛି ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ ରୋଗୀ। ଓଡ଼ିଶାରେ ଏପ୍ରିଲରେ ଜଣେ ‘କରୋନା’ ଆକ୍ରାନ୍ତ […]

mask

Manoranjan Sial
  • Published: Thursday, 30 July 2020
  • , Updated: 30 July 2020, 08:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣ ସହ ତାଳ ଦେଇ ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଛି ମୃତ୍ୟୁସଂଖ୍ୟା। ଆଜି ଗୋଟିଏ ଦିନରେ ମହାମାରୀ ପୁଣି ୧୦ ଜୀବନ ନେବା ପରେ ମୃତ୍ୟୁସଂଖ୍ୟା ୧୬୯ରେ ପହଞ୍ଚିଛି। ତେବେ ‘କରୋନା’ଠୁ ସବୁଠୁ ଅଧିକ ଅସୁରକ୍ଷିତ ହୋଇପଡିଛନ୍ତି ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ ରୋଗୀ। ଏପର୍ଯ୍ୟନ୍ତ ‘କରୋନା’ରେ ଯେତିକି ଲୋକ ପ୍ରାଣ ଯାଇଛି, ସେଭିତରୁ ପ୍ରାୟ ଅଧା ହେଉଛି ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ ରୋଗୀ।

ଓଡ଼ିଶାରେ ଏପ୍ରିଲରେ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରେ ଅର୍ଥାତ ମଇରେ ୬, ଜୁନ୍‌ରେ ୧୮, ଜୁଲାଇରେ ଆଜି ସୁଦ୍ଧା ୧୪୪ ସହ ୧୬୯ରେ ପହଞ୍ଚିଛି କୋଭିଡ୍‌ ମୃତ୍ୟୁ ସଂଖ୍ୟା। ଆଜି ତୃୀତୟ ଥର ପାଇଁ ପୁଣି ଗୋଟିଏ ଦିନରେ ମୃତ୍ୟୁସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ତେବେ ଏଠି ପ୍ରଶ୍ନ ଉଠୁଛି, କଣ ପାଇଁ ରାଜ୍ୟରେ ‘କରୋନା’ ଏତେ ଘାତକ ହେଉଛି? କାହିଁକି ମହାମାରୀର ମୃତ୍ୟୁ ଫାଶରେ ପଡୁଛି ଏତେ ଜୀବନ? କେଉଁମାନେ ଅଧିକ ଅସୁରକ୍ଷିତ? ତେବେ ଆଜି ପ୍ରାଣ ହରାଇଥିବା ୧୦ ଜଣଙ୍କ ଭିତରୁ ୩ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତେ- କିଏ ଉଚ୍ଚରକ୍ତଚାପ ତ କିଏ ଡାଇବେଟିସ୍‌, କିଏ କିଡ୍‌ନୀ, ପୁଣି କିଏ ଫୁସ୍‌ଫୁସ୍‌ ଭଳି କ୍ରୋନିକ୍‌ ଡିଜିଜରେ ପୀଡ଼ିତ ଥିଲେ। ତେଣୁ ସେମାନେ କୋଭିଡ୍‌ର ଶକ୍ତ ପଞ୍ଝାରୁ ମୁକୁଳି ପାରିଲେନି।

ତେବେ ‘କରୋନା’ଠୁ ସବୁଠୁ ଅଧିକ ଅସୁରକ୍ଷିତ ହେଲେ ଡାଇବେଟିସ୍‌ ରୋଗୀ। ତଥ୍ୟ କହୁଛି, ରାଜ୍ୟରେ ଏପର୍ଯ୍ୟନ୍ତ ଯେତେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି, ତା’ ଭିତରୁ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ହେଉଛି ପାଖାପାଖି ଅଧା। ବିଶେଷଜ୍ଞ ଡାକ୍ତର ସୁନୀଲ କୋଟ୍ଟାଙ୍କ ମତରେ ସାଧାରଣ ଲୋକଙ୍କ ଅପେକ୍ଷା ‘କରୋନା’ର ଜଟିଳତା ଓ ମୃତ୍ୟୁ ହାର ମଧୁମେୟ ରୋଗୀଙ୍କ କ୍ଷେତ୍ରରେ ଅଢ଼େଇରୁ ତିନିଗୁଣା ଅଧିକ ରହିଛି।

ସେପଟେ କୋଭିଡ୍‌ରେ ଆକ୍ରାନ୍ତ ହେଲା ପରେ ଶରୀରରେ ଥିବା ଅନ୍ୟ ରୋଗ ପାଇଁ ଏପର୍ଯ୍ୟନ୍ତ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ଯାହାକୁ ସରକାର ଅଦର ଦ୍ୟାନ୍‌ କୋଭିଡ୍‌ ଡେଥ୍‌ ବୋଲି କହୁଛନ୍ତି। ବିଶେଷଜ୍ଞଙ୍କ ମତରେ କ୍ୟାନ୍‌ସର ଓ କିଡ୍‌ନୀ ଭଳି ଗୁରୁତର ରୋଗରେ ପୀଡ଼ିତ ରୋଗୀ କୋଭିଡ୍‌ରେ ଆକ୍ରାନ୍ତ ହେଲେ ମଧ୍ୟ ପ୍ରତିରୋଧ କ୍ଷମତାରରେ ଦ୍ରୁତ ହ୍ରାସ କାରଣରୁ ତାଙ୍କର ପୂର୍ବ ରୋଗରେ ପ୍ରାଣ ହରାଇବାର ସମ୍ଭାବନା ବଢ଼ିଯାଇଥାଏ। ତେଣୁ ଏଭଳି ରୋଗୀ ମଧ୍ୟ ‘କରୋନା’ ସଂକ୍ରମଣରୁ ବଞ୍ଚିବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।

Related story